ବାଲେଶ୍ୱର : ଜୀବନ୍ତ ଜଳିଗଲେ ମା’ ଓ ଝିଅ

ବାଲେଶ୍ୱର : ଜୀବନ୍ତ ଜଳିଗଲେ ମା’ ଓ ଶିଶୁ କନ୍ୟା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସିମୁଳିଆ ଥାନା ମାର୍କୋଣା ବଜାର ସାହିରେ। ଘର ଭିତରୁ ମା ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଁର ନାରାୟଣ ରାଉଳଙ୍କ ଘର ଭିତରକୁ ଧୂଆଁ ବାହାରୁ ଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ।

ନାରାୟଣଙ୍କ ପତ୍ନୀ ଓ ଝିଅର ମୃତ ଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘରୋଇ କଳହକୁ ନେଇ କିରାସିନ ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.