Below header

ବିଗ୍ ବସ୍-୧୨ରେ ଟ୍ବିଷ୍ଟ : ଏଥର ନଜର ଆସିବେ ଏହି ଚର୍ଚ୍ଚିତ ତଥା ବିବଦୀୟ ଯୋଡି

ବିଗ୍ ବସର ଗୋଟିଏ ସିଜିନ୍ ଶେଷ ହେବା ମାତ୍ରେ ଆଗାମୀ ସିରିଜକୁ ଅପେକ୍ଷା କରିଥାନ୍ତି ଦର୍ଶକ । ତେବେ ଦର୍ଶକଙ୍କର ଏହି ଆପେକ୍ଷା ଏବେ ଶେଷ ହୋଇଛି । କାରଣ ଆସନ୍ତା ସେପଟେମ୍ବର ୧୨ ତାରିଖରୁ ଆରମ୍ଭ ହେବ ବିଗ୍ ବସ୍ ସିଜିନ୍-୧୨ । ଏଥର ସ୍ପେଶାଲ୍ ଯୋଡ଼ି ପ୍ରବେଶ କରିବେ ବିଗବସ୍ ଘରେ । ମାନେ ବିବାଦୀୟ ଚର୍ଚ୍ଚିତ କପଲ୍ । ମା-ପୁଅ, ବାପ-ଝିଅ, ଭାଇ-ଭଉଣୀ, ସମଲିଙ୍ଗୀ ଯୋଡ଼ିଙ୍କୁ ମିଳିବ ଏଣ୍ଟ୍ରି । ତେବେ ଏମାନଙ୍କ ସହ ଅନ ସେବ୍ରିଲିଟି ମଧ ବିଗବସକୁ ଆସିବେ । ସମ୍ଭାବ ତାଲିକାରେ ଅଛି ଆଖି ମାରି ରାତାରାତି ଷ୍ଟାର୍ ହୋଇଥିବା ପ୍ରିୟା ପ୍ରକାଶ, ପର୍ଣ୍ଣ ଷ୍ଟାର ଡାନି .ଡେ ଏବଂ ପୁରୁଣା ଦିନର ନାମୀ ମଡେଲ୍ ମିଲିନ୍ଦ ସୋନମଙ୍କ ନାଁ । ପ୍ରିୟାଙ୍କ ସହ ରହିବେ ତାଙ୍କ କୋ-ଷ୍ଟାର ରୋସନ ଅବଦୁଲ । ମିଲିନ୍ଦ . ସୋନମଙ୍କ ସହ ରହିବେ ପତ୍ନୀ ଅଂକିତା କଓ୍ୱଁର ।

ଏହା ସହ ସୋରେ ନଜର ଆସିବେ ସଂଧ୍ୟା ବିନ୍ଧିଣୀର ଚରିତ୍ରରେ ଅଭିନୟ କରିଥିବା ଦୀପିକା ସିଂହ ଏବଂ ସ୍ବାମୀ ରୋହିତ୍ ରାଜ୍ ଗୋୟଲ୍ । କିନ୍ତୁ ବିଗ ବସକୁ ଯିବା ଘଟଣାକୁ ମନା କରିଛନ୍ତି ଦୀପିକା । ଏହା ସହ ଲୋକପ୍ରିୟ କମେଡିଆନ୍ ସିଦ୍ଧାର୍ଥ ସାଗର ଏବଂ ତାଙ୍କ ଗର୍ଲଫ୍ରେଣ୍ଡ୍ ଶୁଭି ଯୋଶୀଙ୍କୁ ବିଗ୍ ବସ୍ ଘରେ ଦେଖିବାକୁ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.