Below header

ମଞ୍ଚରେ ଏକା ସାଥିରେ ର‍୍ୟାମ୍ପ ଓ୍ଵାକ୍ କଲେ ମା- ଝିଅ

ଭୁବନେଶ୍ୱର(କେନ୍ୟୁଜ୍) : ମେଫେୟାରରେ ଅନୁଷ୍ଠିତ ହୋଇଛି ମାତୃତ୍ୱ ୨୦୧୮ ପୁରସ୍କାର ବିତରଣ ଉତ୍ସବ। ଏହି ଅବସରରେ ବଲିଉଡ ତାରକା ବିପାଶା ବସୁ, ସୁଷମା ସେଠ୍, ଦିବ୍ୟ ସେଠ୍ ଗୌରୀ ସାଓ୍ଵନ୍ତ ଓ ସମାଜସେବୀ ଲକ୍ଷ୍ମୀନାରାୟଣ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ । ବିଭନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ମାତୃତ୍ୱ ୨୦୧୮ରେ ସବୁଠୁ ସଫଳ ମା’ ଓ ଝିଅ ଯୋଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମା’ ଓ ଝିଅ ମିଶି ର‍୍ୟାମ୍ପ ଓ୍ଵାକ୍ କରିଥିଲେ ।

ସଂନ୍ଧ୍ୟାରେ ଗ୍ରାଣ୍ଡ ଫିନାଲେ ପରେ ପୁରସ୍କାର ବିତରଣ ହୋଇଥିଲା । ଏହି ଅବସରରେ କାର୍ୟକ୍ରମ ଆୟୋଜକ ଶ୍ୱେତା ପାରିଖ ମା’ଙ୍କ ଅଧୁରା ରହିଯାଇଥିବା ସ୍ୱପ୍ନକୁ ଝିଅ ପୁରଣ କରିଥାଏ । ଓଡିଶାର କଳା ସଂସ୍କୃତି ମୋତେ ଆକର୍ଷିତ କରିଥାଏ ବୋଲି କହିଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ରାଜନେତା, ସେଲିବ୍ରିଟି, ସମାଜସେବୀ, ମଡେଲ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.