ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : କ୍ରିସ୍ ଓ୍ଵକ୍ସଙ୍କ ଦମ୍‌ଦାର ଶତକ

ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ଦବ୍‌ଦବା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କ୍ରିସ୍ ଓ୍ଵକ୍ସଙ୍କ ଶତକ ବଳରେ ଦଳ ୬ ଓ୍ଵିକେଟ୍ ହରାଇ ୩୭୫ ରନ୍ କରିଛି । ଓକ୍ସଙ୍କ ଏହା ପ୍ରଥମ ଟେଷ୍ଟ ଶତକ । ଏହି ସ୍କୋର ସହ ଇଂଲଣ୍ଡ ଭାରତଠାରୁ ୨୫୦ ରନ୍ରେ ଆଗୁଆ ରହିଛି । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି, ହାର୍ଦ୍ଦିକ୍ ପାଣ୍ଡ୍ୟା ୨ଟି ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି । ଭାରତ ପ୍ରଥମ ଇନିଂସରେ ମାତ୍ର ୧୦୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ବ୍ୟାଟିଂ ଲାଇନ୍ ଫେଲ ମାରିଥିବା ବେଳେ ଏବେ ବୋଲିଂ ଲାଇନ୍ ମଧ୍ୟ ଫେଲ୍ ମାରିଛି । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ୨୦ରନ୍ ଦେଇ ୫ଟି ଓ୍ଵିକେଟ୍ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.