ହାତୀଙ୍କ ପାଇଁ ଦିନଟିଏ : ଆଜି ବିଶ୍ୱ ହସ୍ତୀ ଦିବସ

ଭାରତୀୟ ସଂସ୍କୃତି ଅନୁଯାୟୀ ହାତୀକୁ ଭଗବାନ ଗଣେଶଙ୍କ ବାହାନ କୁହାଯାଇଥାଏ। ଦେଶରେ ବହୁଳ ଭାବେ ବଢ଼ୁଥିବା ଜନବସତି ପାଇଁ ହାତୀଙ୍କ ଜୀବନ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଏମାନଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ନନ୍ଦନକାନନରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ହାତୀ ମାନଙ୍କୁ ଝୋଟି, ଚିତା ଓ ଚାନ୍ଦୁଆରେ ସଜାଯାଇଛି। ଖାଇବା ପାଇଁ ସେମାନଙ୍କୁ ସେଉ, କଦଳୀ, ନଡିଆ ବିଭିନ୍ନ ପ୍ରକାର ଫଳମୂଳ ଦିଆଯାଇଛି। ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇ ଜନବସତି ଆଡକୁ ମାଡି ଆସୁଛନ୍ତି ହାତୀ ପଲ। ଆଉ ବଢିବାରେ ଲାଗିଛି ହାତୀ-ମଣିଷ ଲଢେଇ। ତିକ୍ତତା ଦୂର କରି ହାତୀ ବଂଶକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ହସ୍ତୀ ଦିବସ ପାଳନ କରାଯାଉଛି।