Below header

ଏମିତି ବି ଆସେ ମୃତ୍ୟୁ : ଅଟୋକୁ ପିଟିଲା ଟ୍ରକ୍‌, ଚାଲିଗଲା ମାଆ ଓ ନବଜାତ ଶିଶୁର ଜୀବନ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଏମିତି ବି ଆସେ ମୃତ୍ୟୁ। ଦୁର୍ଘଟଣାରେ ଚାଲିଗଲା ମାଆ ଓ ନବଜାତ ଜୀବନ। ଟ୍ରକ୍‌-ଅଟୋ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନମ୍ବର ଜାତୀୟ ରାଜପଥ ଖମରପଡ଼ାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଶାକର୍ମୀଙ୍କ ସହ ୪ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ମୃତ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଆଜି ଏକ ଅଟୋ ଯୋଗେ ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ମାଆ ଓ ଛୁଆର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.