Below header

ପାକିସ୍ତାନକୁ ଏଫଏଟିଏଫ୍‌ର ଚେତାବନୀ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ନଲଗାଇଲେ କଳା ତାଲିକାଭୁକ୍ତ ହେବ

ନୂଆଦିଲ୍ଲୀ : ପାକିସ୍ତାନକୁ ଅକ୍ଟୋବର ମାସ ଯାଏଁ ସମୟ ଦେଇଛି ‘ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାସ୍କ୍‌ ଫୋର୍ସ’(ଏଫଏଟିଏଫ୍‌) । ଖୁବ୍ ଶୀଘ୍ର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ବେଆଇନ୍‌ ଅର୍ଥ ଉପାର୍ଜନ ଆଦି ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଆକ୍ସନ୍‌ ପ୍ଲାନ୍‌ ଶେଷ କରିବାକୁ ଏହି ସମୟ ଦିଆଯାଇଛି । ଏଥିରେ ଯଦି ପାକିସ୍ତାନ ବିଫଳ ହୁଏ ତେବେ ତାକୁ କଳା ତାଲିକା ଭୁକ୍ତ କରାଯିବାର ସମ୍ଭାବନା ରହିଛି। ଏବେ ପାକିସ୍ତାନ ‘ଗ୍ରେ ଲିଷ୍ଟ୍‍’ରେ ରହିବ। ଗ୍ରେ ତାଲିକାରୁ ମୁକ୍ତ ହେବାକୁ ଅକ୍ଟୋବର ମାସରେ ପ୍ୟାରିସ୍‌ ଠାରେ ହେବାକୁ ଥିବା ମହାଧିବେଶନରେ ପାକିସ୍ତାନକୁ ୧୫ଟି ଦେଶର ସମର୍ଥନ ଦରକାର ପଡିବ।

imranଫ୍ଲୋରିଡାର ଅର୍ଲାଣ୍ଡୋ ଠାରେ ମହାଧିବେଶନ ପରେ ଏକ ବିବୃତିରେ ଏଫ୍‌ଏଟିଏଫ୍‌ ଚିନ୍ତା ପ୍ରକଟ କରି କହିଛି, କେବଳ ଯେ ପାକିସ୍ତାନ ଜାନୁଆରି ସୁଦ୍ଧା ଆକ୍ସନ୍‌ ପ୍ଲାନ୍‌ ପୂର୍ଣ୍ଣ କରିବାରେ ବିଫଳ ହୋଇଛି, ତାହା ନୁହେଁ ବରଂ ୨୦୧୯ ମେସ ସୁଦ୍ଧା ସାରିବାକୁ ଥିବା ଆକ୍ସନ୍‌ ପ୍ଲାନ୍‌ ଆଇଟମ୍‌ ଗୁଡ଼ିକ ସାରିବାରେ ମଧ୍ୟ ବିଫଳ ହୋଇଛି। ତେବେ ଅନ୍ଯପଟେ ଅକ୍ଟୋବର ମାସରେ ହିଁ ଆକ୍ସନ୍‌ ପ୍ଲାନ୍‌ ର ଶେଷ ପର୍ଯ୍ୟାୟ ସରୁଛି। ଏଥିରେ ବିଫଳ ହେଲେ ‘ଏଫ୍‌ଏଟିଏଫ୍‌’ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.