ରାତିରେ ମୃତ ଘୋଷଣା କରିଥିଲେ ଡାକ୍ତର, ସକାଳୁ ଜୀଇ ଉଠିଲା ରୋଗୀ

ମଧ୍ୟପ୍ରଦେଶର ସାଗର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ରାତିରେ ମୃତ ଘୋଷଣା କରିବା ପରେ  ତା ପରଦିନ ସକାଳେ ବ୍ୟକ୍ତି ଜଣକ ଜୀବିତ ଅବସ୍ଥାରେ ମିଳିଥିଲେ। ସେହି ବ୍ୟକ୍ତିଙ୍କୁ ପୋଷ୍ଟମର୍ଟମ କରିବାକୁ ନେବା ସମୟରେ ସେ ଜୀବିତ ଥିବା ଖବର ଡାକ୍ତର ଜାଣିବାକୁ ପାଇଥିଲେ। ରିପୋର୍ଟ ଅନୁଯାୟୀ ସାଗର ଜିଲ୍ଲାର ନାଗରିକ ହସପିଟାଲରେ ଗତ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। କିନ୍ତୁ ତା’ ପରିଦିନ ସେହି ବ୍ୟକ୍ତିଙ୍କୁ ପୋଷ୍ଟମର୍ଟମ କରିବାକୁ ନେବା ସମୟରେ ସେ ଜୀବିତ ଥିବା ଜଣା ପଡ଼ିଥିଲା।

Deathସିଏମଓ ଡା, ଆରଏସ ରୋସନଙ୍କ କହିବା ଅନୁଯାୟୀ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତରଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି। ଅନେକ ଲୋକଙ୍କ ମତ ଅନୁଯାୟୀ ଏଠାରେ ବିଶେଷ ରୂପେ ନ୍ୟୁମୋନିଆ ରୋଗରେ ପିଡିତ ଥିବା ରୋଗୀମାନଙ୍କ ହାଟବିଟ୍ ଚାଲୁଥିବା ଜଣାନପଡିଲେ ଡାକ୍ତର ମୃତ ଘୋଷଣା କରିଦେଇଥାନ୍ତି। କିନ୍ତୁ ଶେଷରେ ସେହି ବ୍ୟକ୍ତି ଜୀବିତ ଅବସ୍ଥାରେ ମିଳିଥାନ୍ତି। ସୂଚନା ଅନୁଯାୟୀ ମାମଲାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.