Below header

ଭାରତରେ ଲଞ୍ଚ୍ କରିଛି ନୂଆ ସ୍ମାର୍ଟଫୋନ୍ Vivo Y12, 5000mAh ବ୍ୟାଟେରୀ ସହିତ ରହିଛି ଟ୍ରିପଲ୍ ରିୟର କ୍ୟାମେରା

ଭାରତରେ ନିଜର ପରିଚୟ ସୃଷ୍ଟି କରିସାରିଥିବା ସ୍ମାର୍ଟଫୋନ୍ କମ୍ପାନୀ Vivo ତାର ଆଉ ଏକ ନୂଆ ସ୍ମାର୍ଟ ଫୋନ୍ Vivo Y12 ଲଞ୍ଚ କରିଛି । Vivo Y12 ରେ ଏଚଡି ପ୍ଳସ୍ ଫୁଲ୍ ଭିୟୁ ଡିସପ୍ଳେ ରହିଛି ଯାହାର ଆସପେକ୍ଟ ରାଟିଓ 19.3:9 ରହିଛି । ଏହାଛଡା ଫୋନ୍ ରେ ମିଡିଆଟେକ୍ ର ଅକ୍ଟାକ୍ରୋର ହିଲିଓ P22 ପ୍ରୋସେସର ରହିଛି ।

Vivo Y12 ର ସ୍ପେସିଫିକେସନ୍ :

ଫୋନ୍ ର ଫିଚରସ୍ କଥା କହିବାକୁ ଗଲେ Vivo Y12ରେ ଆଣ୍ଡ୍ରୋଏଡ୍ ପାଇ 9.0  ଆଧାରିତ ଫଙ୍କସନ୍ OS 9 ଦିଆଯାଇଛି । ଏହାଛଡା ଏହି ଫୋନ୍ ରେ 6.35 ଇଞ୍ଚ୍ ର ଏଚଡି ପ୍ଳସ୍ ଡିସପ୍ଳେ ରହିଛି ଯାହାର ରିଜୋଲ୍ୟୁସନ୍ 720×1544 ପିକ୍ସେଲ୍ । ଡିସପ୍ଳେରେ ୱାଟରଡ୍ରପ୍ ପାଇବେ । Vivo Y12ରେ ହିଲିଓ P22 ପ୍ରୋସେସର, ୪ଜିବି ରୋମ୍ ଏବଂ ୩୨ ଜିବି ଷ୍ଟୋରେଜ୍ ରହିଛି ଯାହାକୁ ମେମୋରି କାର୍ଡ ସାହାର୍ଯ୍ୟରେ ବଢା ଯାଇପାରିବ ।

vivo-y12Vivo Y12 ର କ୍ୟାମେରା :

କ୍ୟାମେରା କଥା କହିଲେ ଫୋନ୍ ରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ମିଳିବ । ଯେଉଁଥିରେ ଗୋଟେ କ୍ୟାମେରା ୧୩ ମେଗାପିକ୍ସେଲ୍ ର,ଆଉ ଗୋଟେ ୮ ମେଗାପିକ୍ସେଲର ଏବଂ ୩ୟ କ୍ୟାମେରାଟି ୨ ମେଗାପିକ୍ସେଲର ରହିଛି । ଅନ୍ୟପଟେ ସାମ୍ନା ପଟ କ୍ୟାମେରା ୮ ମେଗାପିକ୍ସେଲ୍ ର ରହିଛି । କ୍ୟାମେରା ସହିତ ଫ୍ଳାସ୍ ଲାଇଟ୍ ଏବଂ AI ସପୋର୍ଟ ମଧ୍ୟ ମିଳିବ ।

Vivo Y12 ର କନେକ୍ଟିଭିଟି :

ଏହି ଫୋନ୍ ରେ 4G LTE, ଡୁଆଲ୍ ବ୍ୟାଣ୍ଡ୍ Wi-Fi, ବ୍ଳୁ ଟ୍ରୁଥ୍ 5.0, GPS / AGPS, ଏଫଏମ୍ ରେଡିଓ ଏବଂ ମାଇକ୍ରୋ ୟୁଏସବି ପୋର୍ଟ ମିଳିବ । ଫୋନ୍ ରେ 3.5mm ର ହେଡଫୋନ୍ ଜ୍ୟାକ୍ ମଧ୍ୟ ରହିଛି । ଫୋନ୍ ପଛ ପଟେ ଫିଙ୍ଗରପ୍ରିଣ୍ଟ ଦିଆଯାଇଛି । Vivo Y12 ରେ 5000mAh ବ୍ୟାଟେରୀ ଦିଆଯାଇଛି ।

VivoY12Vivo Y12 ର ମୂଲ୍ୟ :

ଭାରତୀୟ ମୋବାଇଲ୍ ବାଜାରରେ Vivo Y12 ର ମୂଲ୍ୟ ୧୨,୪୯୦ ଟଙ୍କା ରହିଛି । ଏହି ଫୋନ୍ ରେ ଗୋଟେ ହିଁ ଭାରିଆଣ୍ଟ ୪ଜିବି ରାମ୍ ଏବଂ ୩୨ ଜିବି ଷ୍ଟୋରେଜ୍ ରହିଛି । ଏହି ଫୋନର ବିକ୍ରି ଅଫ୍ ଲାଇନ୍ ଷ୍ଟୋର ମାନଙ୍କରେ ଆରମ୍ଭ ହୋଇଗଲାଣି । ଏହି ଫୋନ୍ ଆକ୍ବା ବ୍ଳୁ,ବରଗଣ୍ଡି ରେଡ୍ କଲରରେ ଉପଲବ୍ଧ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.