ବଲାଙ୍ଗିର: ରାଜନୈତିକ ଶତ୍ରୁତାରୁ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର(କେନ୍ୟୁଜ୍): ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା। ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗ। ମୃତକ ହେଲେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାମା ମହୁଲପାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲ୍ଲୀପ ସାହୁ। ତୁରେକେଲା ଷ୍ଟେସନ ରାସ୍ତାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଭିଯୋଗ ହୋଇଛି, ଦିଲ୍ଲୀପ କୌଣସି କାମରେ ଷ୍ଟେସନ ଆସିଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.