Below header

ଖୋର୍ଦ୍ଧା: ଜଙ୍କିଆ ଗୋଡିପଡାର ଏକ କୂଅରେ ଭାସୁଛି ମା ଓ ପୁଅର ମୃତଦେହ, ପୋଲିସ କଲା ଉଦ୍ଧାର

ଖୋର୍ଦ୍ଧା(କେନ୍ୟୁଜ୍): କୂଅରେ ଭାସୁଛି ମା ଓ ପୁଅର ମୃତଦେହ । ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗ୍ରାମରେ । ଏହି ଗ୍ରାମର ମନୋଜ ଶ୍ରୀଚନ୍ଦନଙ୍କ ପତ୍ନୀ ବର୍ଷା ଶ୍ରୀଚନ୍ଦନ ଓ ତାଙ୍କ ୬ ବର୍ଷର ପୁଅର ମୃତଦେହ ଆଜି ସନ୍ଧ୍ୟାରେ କୂଅରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ  ଜଙ୍କିଆ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ କୂଅରୁ କାଢି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ମୃତ୍ୟୁର କାରଣ ଏଯାବତ  ଅସ୍ପଷ୍ଟ ରହିଛି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.