ବିବାହ କରିବାକୁ ଯାଉଥିଲେ ବର-କନ୍ୟା, ହଠାତ ରାସ୍ତାରେ ହେଲା ଭୀଷଣ ବର୍ଷା, ପାଦରେ ଚାଲି ଚାଲି ପାର ହେଲେ ଉଛୁଳା ନଦୀ

ଫିଲିପାଇନ୍ସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଘଟଣାଟି ହେଲା, ଏକ ବର, କନ୍ୟା ବିବାହ କରିବାକୁ ଚର୍ଚ୍ଚ ଯାଉଥିଲେ। ରାସ୍ତାରେ ଲୁୟାଙ୍ଗ ନଦୀ ପଡ଼ିଥିଲା। କିନ୍ତୁ ସେମାନେ ଏକାଠି ମିଶି ନଦୀ ପାର ହୋଇଥିଲେ ଏବଂ ଶେଷରେ ଚର୍ଚ୍ଚାରେ ବିବାହ କରିଥିଲେ।

grrgr

ଏପରିକି ନଦୀ ପାର ସମୟରେ ବର, କନ୍ୟା ବିବାହ ଡ୍ରେସ ପିନ୍ଧିଥିବାର ଫଟୋରେ ଦେଖିବାକୁ ମିଳିଛି। କନ୍ୟା ଯେତେବେଳେ ନଦୀ ପାର କରୁଥିଲେ, ସେତେବେଳେ ବର ତାଙ୍କ ଡ୍ରେସକୁ ଟେକି ଧରିଥିଲେ। ମିଡିଆ ରିପୋର୍ଟ ଅନୁସାରେ, ରୋନିଲ ଗୁଇଲିପା ଓ ଜେଜିୟଲ ମେସୁଲା ଉଫନତି ନଦୀ ପାର କରି ବିବାହ କରିଛନ୍ତି। ଏହି ଯୋଡ଼ି ସହିତ ସାଙ୍ଗ ଏବଂ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ।

ij

ସବୁଠାରୁ ବଡ଼ କଥା ହେଉଛି, ଫିଲିପାଇନ୍ସରେ ଭୀଷଣ ବର୍ଷା ଯୋଗୁ ଲୁୟାଙ୍ଗ ନଦୀର ଜଳସ୍ତର ବଢ଼ିଯାଇଥିଲା। ନଦୀରେ ବନ୍ୟା ପାଣି ଚାଲିଥିଲା। ଏଭଳି ବିପଦପୂର୍ଣ୍ଣ ନଦୀକୁ ବର, କନ୍ୟାଙ୍କ ସହ ପରିବାର ଲୋକେ ସାହସର ସହ ଅତିକ୍ରମ କରିଥିଲେ। ବର, କନ୍ୟା ଏହି ଫଟୋକୁ ଫେସବୁକରେ ସେୟାର କରିଛନ୍ତି। ଫଟୋକୁ ଅନେକ ମାତ୍ରାରେ ପ୍ରସାରିତ କରାଯାଇଛି। ଲୋକେ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଥାଉ କି, ଏହି ନିଆରା ବିବାହ ୨୩ ଅକ୍ଟୋବରରେ ସମ୍ପନ୍ନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.