Below header

ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ଘର ଭିତରେ ଜୀବନ ହାରିଲା ମା, କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ

କେନ୍ଦୁଝର ଚମ୍ପୁଆ ଥାନା ଡୁରୁକୁଳିଆ ଗାଁରେ ଅଭାବନୀୟ ଘଟଣା । ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରିବା ପରେ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା।

କେନ୍ଦୁଝର(କେନ୍ୟୁଜ୍): ନିଜର ଦୁଇ ଶିଶୁ ପୁଅଙ୍କୁ ହତ୍ୟା କରି ଜୀବନ ହାରିଲା ମା। କେନ୍ଦୁଝର ଚମ୍ପୁଆ ଥାନା ଡୁରୁକୁଳିଆ ଗାଁରେ ଅଭାବନୀୟ ଘଟଣା । ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରିବା ପରେ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା। ତେବେ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ତାହା ଅସ୍ପଷ୍ଟ ରହିଛି।

ମୃତ ମହିଳା ଜଣକ ଭୀମସେନ ନାୟକଙ୍କ ପତ୍ନୀ କ୍ଷଣପ୍ରଭା ନାୟକ। କ୍ଷଣପ୍ରଭା ନିଜର ସାଢ଼େ ୩ ବର୍ଷ ଓ ୨ ବର୍ଷର ଶିଶୁ ପୁଅଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କ୍ଷଣପ୍ରଭାଙ୍କର ବଡ଼ଝିଅ ସ୍କୁଲରୁ ଫେରି ଘରର କବାଟ ବନ୍ଦ ଥିବା ଦେଖିଥିଲେ। ବହୁ ସମୟ ଧରି କବାଟ ବାଡ଼େଇବା ପରେ ନଖୋଲିବାରୁ ପଡ଼ୋଶୀମାନେ ଘରର ଟାଇଲ୍‌ ଖୋଲି ତିନିଜଣଙ୍କ ମୃତ ଦେହ ଦେଖିଥିଲେ। ଘଟଣା ସମୟରେ କ୍ଷଣପ୍ରଭାଙ୍କ ସ୍ୱାମୀ ଚାଷ କରିବାକୁ ଯାଇଥିବା ବେଳେ ଶାଶୂ ଓ ଶ୍ୱଶୁର ଘରେ ନଥିଲେ। ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.