ଘରର ଛାତ ଅତଡା ଖସି ମା ଓ ଝିଅ ଗୁରୁତର
![roof](https://knewsodisha.com/wp-content/uploads/2022/11/roof.jpg)
ବଲାଙ୍ଗିର(କେନ୍ୟୁଜ୍): ଛାତ ଅତଡା ଖସି ମା ଓ ଝିଅ ଗୁରୁତର। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ରଗୁଡିପଡା ମ୍ଯୁନିସିପାଲିଟି କଲୋନୀରେ। ଛାତ ଅତଡା ଖସି ମା ଓ ଝିଅ ଗୁରୁତର ହୋଇଛନ୍ତି । ମା ଗାୟତ୍ରୀ କୁମ୍ଭାରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ ମାଙ୍କୁ ଖାଇବାକୁ ଦେବାପାଇଁ ଝିଅ ଆରତୀ ଯିବା ବେଳେ ହଠାତ୍ ଛାତ ଅତଡା ଖସିପଡିଥିଲା । ଯାହାଫଳରେ ଉଭୟଙ୍କ ମୁଣ୍ଡରେ ସେହି ଅତଡା ସବୁ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଗାୟତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେ ମ୍ୟୁନିସିପାଳିଟି କଲୋନୀର ଘର ସବୁ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି ।