ଅନୁଷ୍କା ନୁହେଁ ବିରାଟଙ୍କ ପ୍ରଥମ ପସନ୍ଦ ଥିଲେ କରିସ୍ମା, ଇଣ୍ଟରଭ୍ୟୁରେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ବ୍ୟାଟସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ୩୪ ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନେକ ସେଲିବ୍ରିଟି ଶୁଭେଚ୍ଛା ସହିତ ଶୁଭକାମନା ଜଣାଇଛନ୍ତି। ତେବେ ଅନୁଷ୍କାଙ୍କୁ ବିବାହ କରିଥିବା ବିରାଟଙ୍କ ପ୍ରଥମ ପସନ୍ଦ ବିଷୟରେ ହୁଏତ ଆପଣ ଜାଣିନଥିବେ ।

ଦିଲ୍ଲୀରେ ଘରୋଇ କ୍ରିକଟ ଖେଳି ନିଜ କ୍ୟାରିଅର ଆରମ୍ଭ କରିଥିଲେ ବିରାଟ। ଅନେକ ମ୍ୟାଚ୍‌ରେ ହିରୋ ସାଜିଥିବା ବିରାଟ ଛୋଟ ବେଳରୁ କରିସ୍ମା କପୁରଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ଏକ ଇଣ୍ଟରଭ୍ୟୁରେ ଜଣାଇଥିଲେ। ବିରାଟ ୨୦୧୭ରେ ଅନୁଷ୍କାଙ୍କୁ ବିବାହ କରିଥିଲେ ସତ, କିନ୍ତୁ ତାଙ୍କ ପ୍ରଥମ ପସନ୍ଦ ଥିଲେ କରିସ୍ମା ।

ତେବେ କୋହଲି ଏପର୍ଯ୍ୟନ୍ତ ୧୦୨ଟି ଟେଷ୍ଟ, ୨୬୨ ଦିନିକିଆ, ୧୧୩ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ଏହାଛଡା ୨୭ ଟି ଟେଷ୍ଟ ମ୍ୟାଚରେ ୨୮ ଅର୍ଦ୍ଧଶତକ ବଳରେ ୮୦୭୪ ରନ୍‌ କରିଛନ୍ତି। ଦିନିକିଆ ମ୍ୟାଚରେ ୪୩ ଶତକ ଏବଂ ୬୪ ଅର୍ଦ୍ଧଶତକ କରି ୧୨୩୪୪ ରନ୍‌ କରିଛନ୍ତି। ସେ ଟି-୨୦ ଅର୍ନ୍ତଜାତୀୟ ଫର୍ମାଟରେ ଗୋଟିଏ ଶତକ ଏବଂ ୩୬ ଅର୍ଦ୍ଧଶତକ ବଳରେ ୩୯୩୨ ରନ୍‌ କରିଛନ୍ତି।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ଯତମ। ବିରାଟ ଯେତିକି ଆୟ କରନ୍ତି, ଦୁନିଆର କୌଣସି ବି କ୍ରିକେଟର ସେତିକି ଆୟ କରନ୍ତି ନାହିଁ। ଫୋବର୍ସ ଲିଷ୍ଟ ହିସାବରେ ବିରାଟ ଏହି ମାମଲାରେ ଆର୍ଜେଣ୍ଟିନା ଫୁଟବଲ ଖେଳାଳି ଲିୟୋନେଲ ମେସି ବହୁଙ୍କ ଠାରୁ ବହୁତ ପଛରେ।

ବିରାଟଙ୍କ ଆୟ ମେସିଙ୍କ ଠାରୁ ୫ ଗୁଣା କମ୍। ବିରାଟ ଗତ ୧ ବର୍ଷ ମଧ୍ୟରେ ୧୭୫ କୋଟି ଟଙ୍କା ଆୟ କରିଥିବା ବେଳେ ମେସି ପାଖାପାଖି ୮୮୯ କୋଟି ଟଙ୍କା ଆୟ କରନ୍ତି। ଫୋବର୍ସ ଲିଷ୍ଟରେ ମେସିଙ୍କ ସ୍ଥାନ ୧ ନଂରେ ରହିଛି। ଗତବର୍ଷ ମେସି ବିଜ୍ଞାପନରୁ ପ୍ରାୟତଃ ୬୪୪ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ବିଜେତା ପୁରସ୍କାର ଏବଂ ଦରମା ମିଶାଇ ବାର୍ଷିକ ୨୪୫ କୋଟି ଟଙ୍କା ଆୟ କରନ୍ତି। ମେସିଙ୍କ ପାଖରେ Ferrari 335 s spider scaglietti, Ferrari F430 spyder, Maserati Gran turismo MC stradale, land rover ଭଳି ଗାଡି ରହିଛି।

ବିରାଟ ଗତବର୍ଷ ବିଜ୍ଞାପନ କରି ୧୪୭ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଦରମା ଏବଂ ବିଜେତା ପୁରସ୍କାର ବାବଦରେ ଅର୍ଥ ମିଶି ୨୮ କୋଟି ଟଙ୍କା ରହିଛି। ବିରାଟଙ୍କ ପାଖରେ Q7, Audi RS5, AUDI RS 6, A8 L, R8V10 LMX, Bentley continental GT, Range Rover Vouge ଭଳି ଗାଡି ରହିଛି।

ନିକଟରେ କିଙ୍ଗ କୋହଲି ବାଲାଂଦେଶ ବିପକ୍ଷରେ ଖେଳି ଜବରଦସ୍ତ ଅର୍ଦ୍ଧଶତକ କରିଥିଲେ। ଆଉ ଏହି ଅର୍ଦ୍ଧଶତକ ଯୋଗୁଁ ବିରାଟ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି। ବିରାଟ ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିନ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବିରାଟଙ୍କ ଏଭଳି ରେକର୍ଡରେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟସମ୍ୟାନ୍‌ ମହେଲା ଜୟବର୍ଦ୍ଧନେଙ୍କ ୧୦୧୬ ରନର ରେକର୍ଡ ଭାଙ୍ଗିଛନ୍ତି। କୋହଲିଙ୍କ ଏହି ରେକର୍ଡରେ ଶ୍ରୀଲଙ୍କା ବ୍ୟାଟସମ୍ୟାନ୍‌ ମହେଲା ଜୟବର୍ଦ୍ଧନେ ତାଙ୍କୁ ଶୁଭଚ୍ଛୋ ଜଣାଇଥିଲେ।

Also Read : ବିରାଟ କୋହଲି ଭାଙ୍ଗିଲେ ମହେଲା ଜୟବର୍ଦ୍ଧନେଙ୍କ ରେକର୍ଡ, ଟି-୨୦ ବିଶ୍ୱକପରେ ଟପ୍‌ ସ୍କୋରର କୋହଲି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.