ବିରାଟ କୋହଲି ଭାଙ୍ଗିଲେ ମହେଲା ଜୟବର୍ଦ୍ଧନେଙ୍କ ରେକର୍ଡ, ଟି-୨୦ ବିଶ୍ୱକପରେ ଟପ୍‌ ସ୍କୋରର କୋହଲି

ଟିମ୍‌ ଇଣ୍ଡିଆର ଜବରଦସ୍ତ ବ୍ୟାଟସମ୍ୟାନ୍‌ କିଙ୍ଗ କୋହଲି ବାଲାଂଦେଶ ବିପକ୍ଷରେ ଖେଳି ଜବରଦସ୍ତ ଅର୍ଦ୍ଧଶତକ କରିଥିଲେ। ଆଉ ଏହି ଅର୍ଦ୍ଧଶତକ ଯୋଗୁଁ ବିରାଟ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି। ବିରାଟ ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିନ ରନ କରିଥିବା ଖେଳାଳିଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବିରାଟଙ୍କ ଏଭଳି ରେକର୍ଡରେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟସମ୍ୟାନ୍‌ ମହେଲା ଜୟବର୍ଦ୍ଧନେଙ୍କ ୧୦୧୬ ରନର ରେକର୍ଡ ଭାଙ୍ଗିଛନ୍ତି। କୋହଲିଙ୍କ ଏହି ରେକର୍ଡରେ ଶ୍ରୀଲଙ୍କା ବ୍ୟାଟସମ୍ୟାନ୍‌ ମହେଲା ଜୟବର୍ଦ୍ଧନେ ତାଙ୍କୁ ଶୁଭଚ୍ଛୋ ଜଣାଇଛନ୍ତି। କୋହଲି ଟି-୨୦ ବିଶ୍ୱକପରେ ୧୦୬୫ ରନ୍‌ କରି ରେକର୍ଡ କରିଛନ୍ତି।

ଆଇପିଏଲ୍‌ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ମହିଳା ଜୟବର୍ଦ୍ଧନେ ବିରାଟ କୋହଲିଙ୍କୁ ତାଙ୍କ ରେକର୍ଡ ଭାଙ୍ଗିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ବିରାଟକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ରେକର୍ଡ ତ ଭାଙ୍ଗିବା ପାଇଁ ହୋଇଥାଏ। ସବୁବେଳେ ମୋ ରେକର୍ଡ ତୁମେ ହିଁ ଭାଙ୍ଗଥାଏ। ବିରାଟ, ବନ୍ଧୁ, ଆପଣଙ୍କୁ ଶୁଭେଚ୍ଛା। ଆପଣ ଜଣେ ଯୋଦ୍ଧା। ଫର୍ମ ଅସ୍ଥାୟୀ, କିନ୍ତୁ କ୍ଲାସ୍‌ ସ୍ଥାୟୀ। ଅନେକ ଅନେକ ଶୁଭେଚ୍ଛା ସାଙ୍ଗ।

ସୂଚନାଯୋଗ୍ୟ, କୋହଲି ସବୁଠାରୁ କମ୍‌ ଇନିଂସ ବା ୨୩ଟି ଇନିଂସରେ କରି ୧୦୬୫ ରନ୍‌ କରିସାରିଛନ୍ତି । ସେହିପରି ଜୟବର୍ଦ୍ଧନେ ୩୧ଟି ଇନିଂସରେ ୧୦୧୬ ରନ୍‌ କରିଥିଲେ। ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିକ ସ୍କୋର ୧୦୦ ରହିଛି। ଜିମ୍ବାେଓ୍ଵ ବିପକ୍ଷରେ ୨୦୧୦ରେ ଏହି ରେକର୍ଡ କରିଥିଲେ।

ତେବେ କୋହଲି ବର୍ତ୍ତମାନ ଟି-୨୦ ବିଶ୍ୱକପରେ ୧୩ଟି ଅର୍ଦ୍ଧଶତକ କରିଛନ୍ତି। ଟି-୨୦ ବିଶ୍ୱକପରେ ବାଲାଂଦେଶ ବିପକ୍ଷରେ ୪୪ ବଲରୁ ୬୪ ରନ୍‌ କରି ଭାରତକୁ ଭଲ ସ୍କୋର ଦେଇଥିଲେ। ବର୍ତ୍ତମାନ କୋହଲି ଟି-୨୦ ବିଶ୍ୱକପରେ ୧୦୬୫ ରନ୍‌, ଟି-୨୦ ମ୍ୟାଚରେ ୩୯୩୨, ଆଇପିଏଲରେ ୬୬୨୪ ରନ୍‌ କରିଛନ୍ତି।

ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ବିନିୟମରେ ୧୮୪ ରନ୍ କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୬୪ ରନ କରି ନଟ୍ ଆଉଟ ରହିଥିବା ବେଳେ କେଏଲ୍ ରାହୁଲ୍ ୩୨ ବଲରେ ୫୨ ରନ୍ କରିଥିଲେ। ତେବେ ମ୍ୟାଚରେ ଅର୍ଦ୍ଧଶତକ କରି କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଭାରତ ପାଇଁ ଲକି ସାବ୍ୟସ୍ତ ହୋଇଥିଲା। ସେହିପରି ସୂର୍ଯ୍ୟ କୁମାର ଯାଦବ ୧୬ ବଲରେ ୩୦ ରନ୍ କରିଥିଲେ। ଶେଷ ବେଳକୁ ବ୍ୟାଟିଂ କରିବାକୁ ଆସିଥିବା ସ୍ପିନର ରିବଚନ୍ଦ୍ରନ ଅଶ୍ୱିନୀ ଜବରଦସ୍ତ ବ୍ୟାଟିଂ କରି ମାତ୍ର ୬ ବଲରେ ୧୩ ରନ୍ କରି ନଟ୍ ଆଉଟ୍ ରହିଥିଲେ। ବିରାଟ କୋହଲିଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା।

ପ୍ରଥମେ ଭାରତ ୨୦ ଓଭରରେ୬ ଓ୍ଵିକେଟ ହରାଇ ୧୮୫ ରନ ଟାର୍ଗେଟ ବାଲାଂଦେଶକୁ ଦେଇଥିଲା। ତେବେ ବାଲାଂଦେଶ ବିନା କୌଣସି ଓ୍ଵିକେଟ ହରାଇ ବ୍ୟାଟିଂ କରି ୬୬ ରନ୍‌ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା। ଆଉ ବର୍ଷା ଯୋଗୁଁ ୭ ଓଭର ବେଳକୁ ୬୬ ରନ୍‌ କରିଥିଲା । ଆଉ ଡିଏଲଏସ ନିୟମ ଅନୁଯାୟୀ ଭାରତ ୭ ଓଭରରେ ୧୭ ରନ୍‌ ପଛରେ ରହିଥିଲା। ତେବେ ବର୍ଷା ଛାଡିବା ପରେ ବାଲାଂଦେଶକୁ ଡିଏଲଏସ ନିୟମ ଅନୁଯାୟୀ ୪ ଓଭର ବାଦ୍‌ ଦିଆଯାଇ ୧୫୧ ରନର ଟାର୍ଗେଟ ଦିଆଯାଇଥିଲା ।  ଭାରତ ପକ୍ଷରୁ ଅର୍ଶଦୀପ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ ନେଇଥିଲେ।

Also Read : ବାଲାଂଦେଶକୁ ୫ ରନରେ ହରାଇଲା ଟିମ୍‌ ଇଣ୍ଡିଆ, ଏବେ ଟାର୍ଗେଟ ସେମିଫାଇନାଲ ମ୍ୟାଚ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.