ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେଲାଣି ଅତି ସାଂଘାତିକ: କମ ଗାଡି ଚଳାଚଳ ଓ ୱାର୍କ ଫ୍ରମ ହୋମ କରିବାକୁ ସରକାରଙ୍କ ଅପିଲ

ନୂଆଦିଲ୍ଲୀ : ଅତି ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣାବତ୍ତା । ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ । ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣାବତ୍ତା ଅଧିକ ହେଉଥିବା ବେଳେ ଅଣନିଶ୍ବାସୀ ହେଉଛନ୍ତି ସ୍ଥାନୀୟବାସୀ । ଆଜି(ଗୁରୁବାର) ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ ଶ୍ରେଣୀରେ ରହିଛି । ଆଜି ସକାଳ ୭ ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୮ ରେକର୍ଡ ହୋଇଛି । ତେବେ ସକାଳ ୮ଟାରେ ସମୟରେ ଏହି ସୂଚକାଙ୍କ ୩୬୪ ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ପବନର ଗତି, ଚାଷଜମିରେ ଅଗ୍ନିକାଣ୍ଡ ଯୋଗୁଁ ସ୍ଥିତି ଜଟିଳ ହୋଇଛି । ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୧ରୁ ୫୦୦ ଭିତରେ ରହିଲେ ସ୍ଥିତି ଜଟିଳ ବୋଲି ଧରାଯାଏ । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି ।

ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି । ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିବାଥିବା ଅଭିଯୋଗ କରିଛନ୍ତି । ସଫର ଇଣ୍ଡିଆ ଏୟାର କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତା ବିଗୁଡୁଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି । ସବୁଠୁ ଚିନ୍ତାର କଥା ହେଉଛି ପ୍ରଦୂଷଣ ପାଇଁ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି । ବିଶେଷ କରି ଶ୍ୱାସଜନିତ ସମସ୍ୟା, ଉପଜିଛି । ସ୍ଥିତି ଏଭଳି ହୋଇଛି ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖ।।ନାରେ ଭର୍ତ୍ତି ସଂଖ୍ୟା ବଢୁଛି । ଛାତି,ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗ ବିଶେଷ କରି ପରିଲକ୍ଷିତ ହେଉଛି । ଏଥିସହ ସ୍ୱ।।ସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବି ବାୟୁ ପ୍ରଦୂଷଣ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଉଛି ।

ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR)ର ସୂଚନାଅନୁସାରେ ନୋଏଡାରେ ବାୟୁ ଗୁଣାବତ୍ତା ୩୯୩, ଗୁରୁଗ୍ରାମରେ ୩୧୮ରେ ରେକର୍ଡ କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁ ଗୁଣାବତ୍ତା ୪୦୦ରୁ ଅଧିକ ରେକର୍ଡ କରାଯାଇଛି । IGI ଏୟାରପୋର୍ଟରେ ବୁଧବାର ଦିନ ୩୫୦ ରେକର୍ଡ କରାଯାଇଛି । ତେବେ ଦିଲ୍ଲୀର ବାୟୁ ଗୁଣାବତ୍ତା ଖରାପକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(NCPCR) ସ୍କୁଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ରାଜଧାନୀରେ ବ୍ୟାପକ କଟକଣା ଲଗାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖାଯାଇଛି । ଦିଲ୍ଲୀ ଏନସିଆରରେ GRAP ବା ଗ୍ରେଡେଡ ରେସପନ୍ସ ଆକ୍ସ ପ୍ଲାନର ଷ୍ଟେଜ୍ ୩ କଟକଣା ଲାଗୁ କରାଯାଇଛି । ଇଟାଭାଟି ଓ ମାଇନିଂ କାର୍ଯ୍ୟ ଉପରେ କଟକଣା ଲଗାଇଛି ପ୍ରଶାସନ । ବିଶେଷ କରି ଧୂଳି ସୃଷ୍ଟି କରୁଥିବା ଏବଂ ବାୟୁ ପ୍ରଦୂଷଣ ବଢ଼ାଉଥିବା କୌଣସି ପ୍ରକଳ୍ପ ଏହି ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ସମସ୍ତ ପ୍ରକାର ଢାଞ୍ଚାଗତ ନିର୍ମାଣ କାମ ବନ୍ଦ ରହିବ । କୌଣସି ଭାଙ୍ଗିବା କାମ ହୋଇପାରିବ ନାହିଁ । ନିର୍ମାଣ ସାମଗ୍ରୀର ଲୋଡିଂ ଓ ଅନଲୋଡ଼ିଂ ମଧ୍ୟ ବନ୍ଦ ରହିବ । କନଭେୟର ବେଲ୍ଟ ଜରିଆରେ କିମ୍ବା ସାଧାରଣ ଭାବେ କଞ୍ଚାମାଲ, ଫ୍ଲାଏ ଆଶ୍‌ ଆଦି ପରିବହନ କରାଯିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ବ୍ୟାଚିଂ ପ୍ଲାଣ୍ଟ କାମ, ସିୱେର ଲାଇନ ବିଛାଇବା, ଡ୍ରେନେଜ କାମ, ବିଦ୍ୟୁତ କେବଲିଂ, ଖୋଳିବା କାମ ମଧ୍ୟ ରହିବ । ଟାଇଲ, ପଥର ବସାଇବା, ଫ୍ଲୋରିଂ କାମ ବନ୍ଦ ରହିବ । ଗ୍ରାଇଣ୍ଡିଂ, ପାଇଲିଂ, ୱାଟରପ୍ରୁଫିଂ କାମ ଆଦି ବନ୍ଦ ରହିବ । ସବୁ ନିର୍ମାଣ ପ୍ରକଳ୍ପରେ ପ୍ରଦୂଷଣନିରୋଧୀ ଓ ଧୂଳି ନିରୋଧୀ ଯୋଜନାକୁ କାର୍ଯ୍ୟକାରୀ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.