ବଲିଉଡ ପରେ ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ଅକ୍ଷୟ କୁମାର, ଛତ୍ରପତି ଶିବାଜୀ ମହାରାଜା ଭୂମିକାରେ ଆସିବେ ନଜର

ବଲିଉଡର ଖିଲାଡି କୁମାର ଭାବେ ପରିଚିତ ଅକ୍ଷୟ କୁମାର ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅକ୍ଷୟ କୁମାର ନିର୍ଦ୍ଦେଶକ ମହେଶ ମଞ୍ଜେରକରଙ୍କ ‘ବେଡାତ ମରାଠେ ବୀର ଦୌଡଲେ ସାତ’ ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ଅକ୍ଷୟ କୁମାର ଫିଲ୍ମ ‘ରାମସେତୁ’କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ଅଜୟ ଦେବଗନଙ୍କ ଥ୍ୟାଙ୍କ ଗଡ୍ର କଲେକ୍ସନକୁ ମାତ୍ ଦେଇଛି।
ଏହି ମରାଠୀ ଫିଲ୍ମର ନିର୍ଦ୍ଦେଶନା ମହେଶ ମଞ୍ଜେରକର ଦେବେ। ଏହି ଫିଲ୍ମରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜାଙ୍କ ଐତିହାସିକ ଭୂମିକାରେ ନଜର ଆସିବେ। ଫିଲ୍ମର ଏକ ଇଭେଣ୍ଟ ନିକଟରେ ଆୟୋଜନ କରାଯାଇଥିଲା। ଯେଉଁଥିରେ ସଲମାନ ଖାନ ମଧ୍ୟ ନଜର ଆସିଥିଲେ। ତେବେ ଏହାକୁ ନେଇ ଅକ୍ଷୟ କୁମାର କହିଛନ୍ତି, ଏହା ମୋ ପାଇଁ ଏକ ସ୍ୱପ୍ନ ସାକାର ହେବା ଭଳି କଥା। ମୁଁ ଭାବୁଛି ବଡ ସ୍କ୍ରିନରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାକୁ ନିର୍ବାହ କରିବା ନିଜ ପାଇଁ ଏକ ବଡ ଚ୍ୟାଲେଞ୍ଜ ।ମୋତେ ରାଜ ଠାକରେ ଏହି ଚରିତ୍ର ପାଇଁ କହିଥିବା ବେଳେ ମୁଁ ପଛକୁ ହଟିଯାଇଥିଲି।
ସୂଚନାଯୋଗ୍ୟ, ବେଡାତ ମରାଠେ ବୀର ଦୌଡଲେ ସାତ ଫିଲ୍ମ କେବଳ ଛତ୍ରପତି ଶିବାଜୀ ମହାରାଜା ନୁହେଁ ବରଂ ସାତ ମରାଠ ବୀରଙ୍କ କାହାଣୀ ପରଦାରେ ପ୍ରଦର୍ଶିତ ହେବ। ଫିଲ୍ମରେ ଛତ୍ରପତି ଶିବାଜୀ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ। ତେଣୁ ତାଙ୍କ ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଫିଲ୍ମ ଆଗାମୀ ଦୀପାବଳିରେ ରିଲିଜ ହେବ। କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲି ଖବର ମିଳିନାହିଁ।
View this post on Instagram
ଅକ୍ଷୟ କୁମାରଙ୍କ ହାତରେ ଅପକମିଂ ବଲିଉଡ ପ୍ରୋଜେକ୍ଟ ରହିଛି। ଯେଉଁଥିରେ ବଲିଉଡର ଓ ମାଇଁ ଗଡ ୨, ଗୋରଖା, ବଡେ ମିୟାଁ ଛୋଟେ ମିୟାଁ, ଜଲି ଏଲଏଲବି ୩, ସେଲ୍ଫି, କ୍ୟାପସୁଲ ଗିଲ୍ ରହିଛି। ଏହିଫିଲ୍ମ ସବୁ ୨୦୨୩ରେରିଲିଜ ହେବାର ରହିଛି। ଏହିସବୁ ଫିଲ୍ମରେ ଭିନ୍ନ ଭିନ୍ନ ଷ୍ଟାରଙ୍କ ସହିତ ନଜର ଆସିବେ। ଏହାସହିତ ଅକ୍ଷୟ କୁମାର ଫିଲ୍ମ ‘ ଦ ଏଣ୍ଡ’ରେ ଡିଜିଟାଲ ଡେବ୍ୟୁ କରିବେ ବୋଲି ଖବର ମିଳିଛି ।
Also Read : ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଲେ ଶାହରୁଖ, ରିଲିଜ ହେଲା ‘ପଠାନ’ର ଟିଜର