ପାଟଣାଗଡ଼ ଉଲବାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମା’-ଝିଅ ମୃତ
ପାଟଣାଗଡ଼ ଥାନା ଉଲବା ଠାରେ କାର ଧକ୍କାରେ ମା ଝିଅ ମୃତ । ମା'-ଝିଅ କ୍ଷେତରୁ କାମକରି ଫେରୁଥିବା ବେଳେ ପାଟଣାଗଡ଼ ପଟୁ ଦ୍ରୁତଗତିରେ ଆସୁଥିବା କାର ଧକ୍କା ଦେଇଥିଲା ।

ପାଟଣାଗଡ଼ : ପାଟଣାଗଡ଼ ଥାନା ଉଲବା ଠାରେ କାର ଧକ୍କାରେ ମା ଝିଅ ମୃତ । ମା’-ଝିଅ କ୍ଷେତରୁ କାମକରି ଫେରୁଥିବା ବେଳେ ପାଟଣାଗଡ଼ ପଟୁ ଦ୍ରୁତଗତିରେ ଆସୁଥିବା କାର ଧକ୍କା ଦେଇଥିଲା । କାର ଧକ୍କାରେ ଦୁଇଜଣଙ୍କ ଶରୀର ଖଣ୍ଡଖଣ୍ଡ ହୋଇ ରାସ୍ତା କଡରେ ପଡିଛି । ମୃତକ ଦୁଇଜଣ ପାଟଣାଗଡ଼ ଥାନା ଉଲବା ଗ୍ରାମର ସରୋଜିନୀ ଧରୁଆ ଓ କୀର୍ତି ଧରୁଆ । ସ୍ଥାନୀୟ ଲୋକେ ପାଟଣାଗଡ଼-ବଲାଙ୍ଗିର ରାସ୍ତା ରୋକ କରିଥିବାରୁ ଗାଡି ଚଳାଚଳ ବନ୍ଦ ରହିଛି । ପାଟଣାଗଡ଼ ପୋଲିସ ତଦନ୍ତ ଜାରି ରଖିଛି ।