Below header

ଆଉ କିଛି ସମୟ ପରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର (କେନ୍ୟୁଜ୍) : ଆଉ କିଛି ସମୟ ପରେ ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର। ନେପାଳ କାଠମାଣ୍ଡୁରୁ ମରଶରୀରକୁ ଭୁବନେଶ୍ୱର ଆଣାଯାଉଛି । ଗତାକାଲି ରାତିରେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ଆସିବାର ଥିଲା। କିନ୍ତୁ କାଠମାଣ୍ଡୁରୁ ମରଶରୀର ନେଇ ଆସିଥିବା ବିମାନ ଦିଲ୍ଲୀ ବିମାନବନ୍ଦରରେ ବିଳମ୍ବରେ ପହଞ୍ଚିଥିଲା। ଫଳରେ ଭୁବନେଶ୍ୱର ଆସୁଥିବା ବିମାନ ଉଡ଼ାଣ ଭରିସାରିଥିଲା। ଭୁବନେଶ୍ୱରରେ ମରଶରୀର ପହଞ୍ଚିବା ପରେ ପ୍ରଥମେ କଳିଙ୍ଗ ଷ୍ଟାଡିୟମ୍ ନିଆଯିବ । ସେଠାରେ ଶେଷ ଦର୍ଶନ ପାଇଁ ପାଖାପାଖି ଏକ ଘଣ୍ଟା ରଖାଯିବ ।

deadbodyଶୁକ୍ରବାର ଦିନ କାଠମାଣ୍ଡୁରେ କଳ୍ପନାଙ୍କ ପୋଷ୍ଟମର୍ଟମ କରାଯାଇଥିଲା। କଳ୍ପନାଙ୍କ ମୃତଦେହ ବରଫ ତଳୁ ଉଦ୍ଧାରକାରୀ ଟିମ୍ ‘ସାର୍ପୋ’ ଠାବ କରିଥିଲା । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ ବେଳେ ଏଭରେଷ୍ଟର ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା । ବେସ୍କ୍ୟାମ୍ପ ୪ରୁ ମରଶରୀରକୁ କାଠମାଣ୍ଡୁ ଅଣାଯାଇଥିଲା । ସେଠାରୁ ଭୁବନେଶ୍ୱର ଅଣାଯାଉଛି । ୨୦୦୮ରେ କଳ୍ପନା ପ୍ରଥମ ଥର ପ୍ରଥମ ଓ଼ଡିଆ ଭାବେ ଏଭରେଷ୍ଟ ଆରୋହଣରେ ସଫଳ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.