ଅସହ୍ୟ ତାତିରେ ସିଝୁଛି ସାରା ରାଜ୍ୟ, ୪୦ ଡିଗ୍ରୀ ଉପରେ ୧୦ଟି ସହରର ପାରଦ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ଣ ପ୍ରବାହ । ଗତକାଲି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୨.୬ ଡିଗ୍ରୀ ସେଲସିୟସ ତାପମାତ୍ର ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳର ପାରଦ ୪୨.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସମ୍ବଲପୁରରେ ୪୨ ଓ ହୀରାକୁଦର ତାପମାତ୍ରା ୪୧.୬ ଡିଗ୍ରୀ ରହିଛି । ସେହିପରି ସମ୍ବଲପୁରରେ ତାପମାତ୍ରା ୪୨.୦ ଡିଗ୍ରୀ ସେଲସିୟସ, ହୀରାକୁଦରେ ୪୧.୬, ତାଳଚେରରେ ୪୦.୫, ସୋନପୁରରେ ୪୦.୨,ସୁନ୍ଦରଗଡ, ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡରେ ୪୦ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଆସନ୍ତା ୨ରୁ ୩ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ମୌସୁମୀ ଆସିବାରେ ବିଳମ୍ବ ଘଟୁଛି । ଆସନ୍ତା ୬ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ମୌସୁମୀ କେରଳ ଛୁଇଁବାର ସପ୍ତାହେ ପରେ ଓଡ଼ିଶାରେ ପ୍ରାକ ମୌସୁମୀ ବର୍ଷା ହେବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.