Below header

ଆସନ୍ତା ୬ରେ ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ଆଡମିଶନ ପ୍ରକ୍ରିୟା । ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ । ୬ ତାରିଖରୁ ଝଇଗଝ ମାଧ୍ୟମରେ ଏହି ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଜୁନ୍ ୬ ତାରିଖ ସକାଳ ୧୧ଟାରୁ ଆପ୍ଲିକେସନ ଫର୍ମ ମିଳିବାକୁ ଥିବା ବେଳେ ଜୁନ୍ ୨୦ ତାରିଖ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନରେ ଆପ୍ଳିକେସନ ସବମିଟ କରିପାରିବେ । ଅଫଲାଇନରେ ଝଇଗଝ କେନ୍ଦ୍ରମାନଙ୍କରେ ୨୧ ତାରିଖ ସନ୍ଧ୍ୟା ୫ଟା ସୁଧା ଆପ୍ଳିକେସନ ସବମିଟ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୬ରେ ପ୍ରଥମ ମେରିଟ ଲିଷ୍ଟ ବାହାରିବାକୁ ଥିବା ବେଳେ ସମ୍ପୂର୍ଣ୍ଣ ଆଡମିଶନ ପ୍ରକ୍ରିୟା ୨୩ ଜୁଲାଇ ସୁଧା ଶେଷ ହେବ । ୨୪ ଜୁଲାଇରୁ କ୍ଳାସ୍ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.