ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ : ଶାରୀରିକ ପୀଡ଼ା ଦେଖା ଦେଇପାରେ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । ଆର୍ଥିକ ସମସ୍ୟା ଦେଖାଦେବ ।

brushaବୃଷ : ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଦୂର ଯାତ୍ରା କରନ୍ତୁ ନାହିଁ ।

mithunaମିଥୁନ : ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ଅଶାନ୍ତି ଦେଖାଦେବ ।

karkataକର୍କଟ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ମାନସମ୍ମାନ ପ୍ରାପ୍ତି ହେବ ।

singhaସିଂହ : ମନକୁ ଆୟତ୍ତରେ ରଖନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ । ମାନସିକ ଅଶାନ୍ତି ଭୋଗ କରିବେ ।

kanyaକନ୍ୟା : ଦୂରସ୍ଥାନକୁ ଯାତ୍ରା କରିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ । ପରିବାରରେ ମନ ମିଳାଇ ଚଳନ୍ତୁ ।

tulaaତୁଳା : କର୍ମ ଓ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ଆୟ ଉତ୍ତମ ରହିବ। ଗୁରୁଜନଙ୍କ ସମ୍ମାନ କରନ୍ତୁ ।

bichhaବିଛା : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାନ ସମ୍ମାନ ପାଇବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

dhanuଧନୁ : ପରାକ୍ରମ କ୍ଷେତ୍ରରେ ଅସଫଳ ହେବେ । ବେପାର ବାଣିଜ୍ୟରେ ସଫଳତା ପାଇବେ । ପରିବାରର ସହଯୋଗ ପାଇବେ ।

makaraମକର : ଅହଂଭାବ ଦୂର କରନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

kumbhaକୁମ୍ଭ : ଶରୀର ଅସୁସ୍ଥ ରହିବ । ଆୟ ମଧ୍ୟମ ରହିବ । ପିତାଙ୍କ ଶରୀର ଅସୁସ୍ଥ ରହିପାରେ ।

minaମୀନ : ଧନ ଲାଭ ସହ କୁଟୁମ୍ବରେ ଆନନ୍ଦ ମିଳିବ । ପୁରୁଣା କଥାକୁ ନେଇ ଚିନ୍ତିତ ହେବେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.