Below header

ଦିଲ୍ଲୀ ପରେ ଓଡ଼ିଶାରେ ସୁଟକେସ ମର୍ଡର, ପ୍ରେମିକକୁ ହତ୍ୟାକଲେ ବିବାହିତା ପ୍ରେମିକା ଓ ସ୍ୱାମୀ

ପୁରଦିଲ୍ଲୀ ପରେ ଓଡ଼ିଶାରେ ସୁଟକେସ ମର୍ଡର। ପ୍ରେମିକକୁ ହତ୍ୟାକଲେ ବିବାହିତା ପ୍ରେମିକା ଓ ସ୍ୱାମୀ। ରାଇରଙ୍ଗପୁରର ଡମ୍ବରୁଧର ମହାନ୍ତି ନିଖୋଜ ନେଇ ତାଙ୍କ ପତ୍ନୀଙ୍କ ଅଭିଯୋଗ ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି।

ରାଇରଙ୍ଗପୁର(କେନ୍ୟୁଜ ):  ଦିଲ୍ଲୀ ପରେ ଓଡ଼ିଶାରେ ସୁଟକେସ ମର୍ଡର। ପ୍ରେମିକକୁ ହତ୍ୟାକଲେ ବିବାହିତା ପ୍ରେମିକା ଓ ସ୍ୱାମୀ। ରାଇରଙ୍ଗପୁରର ଡମ୍ବରୁଧର ମହାନ୍ତି ନିଖୋଜ ନେଇ ତାଙ୍କ ପତ୍ନୀଙ୍କ ଅଭିଯୋଗ ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି।

ଡମ୍ବରୁଧରଙ୍କୁ ଝାଡଖଣ୍ଡର ସୋନାରୀରେ ରହୁଥିବା ଖୁସବୁ ଓ ତାଙ୍କ ସ୍ୱାମୀ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କାଟି ସୁଟକେସରେ ଭରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ହତ୍ୟାକାରୀ ଦମ୍ପତିଙ୍କୁ ଗିରଫ କରିଛି ପୋଲିସ। ପରକୀୟାପ୍ରୀତିରୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଦମ୍ପତିଙ୍କୁ ଗିରଫ କରିବା ପରେ ପୋଲିସ ଦୁଇଟି ସ୍ଥାନରୁ ସୁଟକେସ ଜବତ କରିଛି । ଜମ୍ବାନିରୁ ମିଳିଥିବା ବ୍ୟାଗ ଭିତରେ ଯୁବକଙ୍କ ମୁଣ୍ଡ ରହିଛି । ରାଇରଙ୍ଗପୁର ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗରୁ ଖଣ୍ଡ ବିଖଣ୍ଡିତ ଶରୀରକୁ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.