Below header

କେଜ୍ରିୱାଲଙ୍କ ଘର ନିକଟରେ ଡ୍ରୋନ୍‌, ସୁରକ୍ଷା ନେଇ ପ୍ରଶ୍ନବାଚୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି । କେଜ୍ରିୱାଲଙ୍କ ଘର ନିକଟରେ ଏକ ଡ୍ରୋନ୍‌ ଉଡୁଥିବାର ଦେଖାଯାଇଥିବା ଆପ ଅଭିଯୋଗ କରିଛି । କେଜ୍ରିଓ୍ଵାଲଙ୍କ ଘର ନୋ ଫ୍ଲାଏ ଜୋନରେ ଆସୁଥିବା ସତ୍ତେ୍ଵ ତାଙ୍କ ଘର ନିକଟରେ ଡ୍ରୋନ ଉଡ଼ିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଡ୍ରୋନ୍‌ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜୁଛି । କେଜ୍ରିୱାଲଙ୍କ ସୁରକ୍ଷା କ୍ଷେତ୍ରରେ ତ୍ରୁଟି ଦେଖା ଦେବା ଘଟଣା ପ୍ରଥମ ନୁହେଁ । ଗତ ବର୍ଷ ମାର୍ଚ୍ଚରେ କିଛି ଲୋକ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ । ଘଟଣାର ତଦନ୍ତ କରି ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ଏବେ ପୁଣି ଥରେ ତାଙ୍କ ବାସଭବନ ପାଖରେ ଡ୍ରୋନ ଉଡ଼ିବା ପରେ ଆପ୍‌ ଚିନ୍ତା ବ୍ୟକ୍ତ କରିଛି । କିଏ ଓ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଖରେ ଡ୍ରୋନ ଉଡ଼ାଉଥିଲା । ତାହା ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.