ବ୍ରିଟେନରେ ଜଗନ୍ନାଥ ମନ୍ଦିରକୁ ୨୫୦ କୋଟି ଟଙ୍କା ଦାନ କଲେ ବିଶିଷ୍ଟ ଉଦ୍ୟୋଗୀ ବିଶ୍ୱନାଥ ପଟ୍ଟନାୟକ

ବ୍ରିଟେନରେ ଭବ୍ୟ ଜଗନ୍ନାଥ ମନ୍ଦିରକୁ ଭକ୍ତଙ୍କ ଅକୁଣ୍ଠ ଦାନ। ଜଗନ୍ନାଥ ମନ୍ଦିରକୁ ୨୫୦ କୋଟି ଟଙ୍କା ଦାନ କଲେ ବିଶିଷ୍ଟ ଉଦ୍ୟୋଗୀ ବିଶ୍ୱନାଥ ପଟ୍ଟନାୟକ। ବିଦେଶରେ କୌଣସି ଧାର୍ମିକ ବ୍ୟକ୍ତିଙ୍କ ମନ୍ଦିରକୁ ଦାନ ସବୁଠାରୁ ବଡ଼ ପରିମାଣ ବୋଲି କୁହାଯାଇଛି। ବ୍ରିଟେନର ଫିନ୍‌ନେଷ୍ଟ ଗ୍ରୁପ ଅଫ କଂପାନୀସ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ଶ୍ରୀଜଗନ୍ନାଥ ସୋସାଇଟି ୟୁକେକୁ ଏହି ଅର୍ଥ ଦାନ କରିଛନ୍ତି।

ଅକ୍ଷୟ ତୃତୀୟ ଅବସରରେ ଜଗନ୍ନାଥ ସମ୍ମିଳନୀରେ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ବ୍ରିଟେନର ବିଭିନ୍ନ ପ୍ରାନ୍ତରୁ ୬ଶହରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ବେଳେ ବ୍ରିଟେନ ସ୍ଥିତ ଭାରତୀୟ ଦୂତାବାସର ଭାରତୀୟ ଉପକମିସନର ସୁଜିତ ଘୋଷ ଓ ଲେଖକ ଅମିତ ତ୍ରିପାଠୀ ଯୋଗ ଦେଇଥିଲେ। ଲଣ୍ଡନ ଉପକଣ୍ଠରେ ୧୫ ଏକର ଜମିରେ ୭୦ କୋଟି ଟଙ୍କା ବ୍ୟୟରେ ଏହି ମନ୍ଦିର ନିର୍ମାଣ କରାଯିବ। ୨୦୨୪ ଶେଷ ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଛି।