Below header

ପାରିବାରିକ ବିବାଦରୁ ଗଣ୍ତଗୋଳ : ସ୍ତ୍ରୀ ମୃତ , ସ୍ବାମୀ ଗୁରୁତର

ପାରିବାରିକ ବିବାଦର କରୁଣ ପରିଣତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଗଣ୍ତଗୋଳ ଘଟି ଆକ୍ରମଣରେ  ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର ।

ଜଳେଶ୍ବର : ପାରିବାରିକ ବିବାଦର କରୁଣ ପରିଣତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଗଣ୍ତଗୋଳ ଘଟି ଆକ୍ରମଣରେ  ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର । ବାଲେଶ୍ବର ଜିଲ୍ଲା  ସିଂଲା ଥାନା ଅନ୍ତର୍ଗତ କାଦରାୟାଁ ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ । ସୂଚନା ଅନୁଯାୟୀ, କାଦରାୟାଁ ଗ୍ରାମର କସିମୁଦ୍ଦିନ ଏବଂ ତାଙ୍କ ସ୍ତ୍ରୀ ୱ୍ବାସେମୁନ ବିବିଙ୍କ ମଧ୍ୟରେ ଆଜି କୈାଣସି ଘଟଣାକୁ ନେଇ କଥା କଟାକଟି ହେବା ସହିତ ପାରିବାରିକ ବିବାଦ ଉଗ୍ରରୂପ ନେଇଥିଲା । ପରିସ୍ଥିତି ଏମିତି ହେଲା ଯେ ସ୍ବାମୀ-ସ୍ତ୍ରୀ ମାରଣାସ୍ତ୍ରରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ ।

ଏଥିରେ ସ୍ତ୍ରୀ ୱ୍ବାସେମୁନଙ୍କ ଘଟଣ ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କସିମୁଦ୍ଦିନ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ କସିମୁଦ୍ଦିନଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ବସ୍ତା ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ୱ୍ବାସେମୁନଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ନେଇ ସିଂଲା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ସିଂଲା ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.