ଓଡ଼ିଶା ସରକାର କ୍ରୀଡ଼ାକୁ ଗାଁରେ ଗାଁରେ ପହଞ୍ଚାଇଛନ୍ତି : ଡକ୍ଟର ଅଚ୍ୟୁତ ସାମନ୍ତ

ଓଡ଼ିଶା ସରକାର କ୍ରୀଡ଼ାକୁ ଗାଁରେ ଗାଁରେ ପହଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଥିବାରୁ କ୍ରୀଡ଼ା ଆଜି ଓଡ଼ିଶାର ପ୍ରତି ଗାଁରେ ପହଞ୍ଚିପାରିଛି ।

ଭୁବନେଶ୍ୱର : ଓଡ଼ିଶା ସରକାର କ୍ରୀଡ଼ାକୁ ଗାଁରେ ଗାଁରେ ପହଞ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଥିବାରୁ କ୍ରୀଡ଼ା ଆଜି ଓଡ଼ିଶାର ପ୍ରତି ଗାଁରେ ପହଞ୍ଚିପାରିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶା ଆଜି କ୍ରୀଡ଼ାରେ ଅଗ୍ରଣୀ ହୋଇପାରିଥିବା ବେଳେ ଓଡ଼ିଶାର ଖେଳାଳି ବାହାରେ ନାଁ କମେଇ ପାରୁଛନ୍ତି ।

ଭୁବନେଶ୍ୱର ଆଜି ଭାରତର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇପାରିଛି ବୋଲି କହିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଆଜି କିଟ୍‍ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ନୂଆ-ଓ ନବୀନ ଓଡ଼ିଶା ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦ୍‍ଘାଟନୀ ଉତ୍ସବରେ ଡକ୍ଟର ସାମନ୍ତ ଏହା କହିଛନ୍ତି। କିଟ୍‍ ଓ କିସ୍‍ ମଧ୍ୟ ଗୁଣାତ୍ମକ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଭାବେ ଗୁରୁତ୍ୱ ପ୍ରଦାନ କରିଆସୁଛି ବୋଲି ସେ କହିଥିଲେ । ଓଡ଼ିଶା ଭଲିବଲ ଆସୋସିଏସନ୍‍ ସହଯୋଗରେ କିଟରେ ନୂଆ-ଓ ନବୀନ ଓଡ଼ିଶା ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଆସନ୍ତା ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏଥିରେ ୮୫୦ରୁ ଊର୍ଦ୍ଧ୍ୱ ଖେଳାଳି ଯୋଗଦେଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା, ଓଡ଼ିଶା ହକି ପ୍ରମୋସନ କାଉନ୍‍ସିଲ୍‍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗ ଓଏସଡି ଡକ୍ଟର ସ୍ୱରୂପାନନ୍ଦ ସାହୁ ଓ ଓଡ଼ିଶା ଭଲିବଲ୍‍ ସଂଘ ସମ୍ପାଦକ ତଥା କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.