Below header

ଆଜିର ରାଶିଫଳ: ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଚାକିରିରେ ପଦୋନ୍ନତି ମିଳିପାରେ

ଆପଣ କୌଣସି ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇବେ । ବିରୋଧୀ ଷଡଯନ୍ତ୍ର ରଚିପାରନ୍ତି । ପରିବାର ସଦସ୍ୟଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ । ରାଜନୀତି କରୁଥିବା ଲୋକମାନେ କୌଣସି ପ୍ରସଙ୍ଗରେ ମିଥ୍ୟାବାଦୀ ପ୍ରମାଣିତ ହୋଇପାରନ୍ତି । ଆୟ ବଢ଼ିବା ସହିତ ଆପଣଙ୍କ ଖୁସିର ସୀମା ରହିବ ନାହିଁ ।

ମେଷ : ଆର୍ଥିକ ମାମଲାରେ ଆପଣଙ୍କୁ ସ୍ପଷ୍ଟତା ବଜାୟ ରଖିବାକୁ ପଡ଼ିବ । କୌଣସି କାମକୁ ଦାୟିତ୍ୱହୀନ ଭାବେ କରନ୍ତୁ ନାହିଁ । ଆପଣଙ୍କ ପରିଶ୍ରମ ସଫଳ ହେବ ଏବଂ ନିଜ ଲକ୍ଷ୍ୟକୁ ସହଜରେ ପୂରଣ କରିବେ ।

ବୃଷ : ଆପଣ କୌଣସି ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇବେ । ବିରୋଧୀ ଆପଣଙ୍କ ବିରୋଧରେ ଷଡଯନ୍ତ୍ର ରଚିପାରନ୍ତି । ପରିବାର ସଦସ୍ୟଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ ।

ମିଥୁନ : ରାଜନୀତି କରୁଥିବା ଲୋକମାନେ କୌଣସି ପ୍ରସଙ୍ଗରେ ମିଥ୍ୟାବାଦୀ ପ୍ରମାଣିତ ହୋଇପାରନ୍ତି । ଆଜି ଆପଣଙ୍କ ଆୟ ବଢ଼ିବା ସହିତ ଖୁସିର ସୀମା ରହିବ ନାହିଁ ।

କର୍କଟ : ଭାଗ୍ୟ ଦୃଷ୍ଟିକୋଣରୁ ଆଜି ଦିନଟି ଭଲ ହେବାକୁ ଯାଉଛି । କାହାକୁ ଦେଇଥିବା ପ୍ରତିଜ୍ଞା ପୂରଣ କରିବେ । ସମସ୍ତଙ୍କ ସହଯୋଗ ଏବଂ ସମର୍ଥନ ରହିବ । ପୁରୁଣା ବନ୍ଧୁଙ୍କୁ ଭେଟିବେ ।

ସିଂହ : ଆଜି ଆପଣ ନୂତନ ସମ୍ପତ୍ତି କିଣିପାରନ୍ତି । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ କାମ ପ୍ରତି ଧ୍ୟାନ ଦେବେ । କର୍ମକ୍ଷେତ୍ରରେ ଆଶାଠାରୁ ଅଧିକ ଟଙ୍କା ପାଇ ପାରନ୍ତି ।

କନ୍ୟା : ଆପଣଙ୍କ ପାଇଁ ଦିନଟି ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆଜି ଗୋଟିଏ ପରେ ଗୋଟିଏ ସଫଳତା ପାଇବେ । ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ।

ତୁଳା : ଆଜି ଆପଣ ନିଜ ଆର୍ଥିକ ସ୍ଥିତିକୁ ମଜଭୁତ କରିବେ । କିଛି ପାର୍ଟ ଟାଇମ୍ କାମ କରିବାକୁ ମଧ୍ୟ ଯୋଜନା କରି ପାରନ୍ତି । ବ୍ୟବସାୟରେ ଧୌର୍ଯ୍ୟବାନ ହେବାକୁ ପଡ଼ିବ । ବଡ଼ ଲକ୍ଷ୍ୟ ହାସଲ କରିବେ ।

ବିଛା : ଯଦି ଆପଣ ଭାଗିଦାରୀରେ କିଛି କାର୍ଯ୍ୟ କରିବେ, ଏହା ଆପଣଙ୍କ ପାଇଁ ଭଲ ହେବ । ଆଜି ନିଜର ଶକ୍ତି ସଠିକ୍ କାର୍ଯ୍ୟରେ ବ୍ୟବହାର କରନ୍ତୁ । ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ ।

ଧନୁ : ବ୍ୟବସାୟରେ କିଛି ନୂତନ ସମ୍ପର୍କ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସମ୍ମାନ ମିଳିପାରେ । ପ୍ରେମ ଭାବନା ମନରେ ରହିବ ।

ମକର : ଆପଣଙ୍କ ଆଖପାଖର ପରିବେଶ ଅନୁକୂଳ ରହିବ । ଆୟ ଭଲ ହେବ । ବ୍ୟବସାୟରେ ପୁରୁଣା ଯୋଜନାରୁ ଲାଭ ପାଇବେ । କାମ ଖୋଜୁଥିବା ଲୋକମାନେ ଏକ ଭଲ ଚାକିରି ପାଇ ପାରନ୍ତି ।

କୁମ୍ଭ : କିଛି ଠକମାନଙ୍କ ପ୍ରତି ଆପଣ ସାବଧାନ ରୁହନ୍ତୁ । ପ୍ରିୟଜନଙ୍କ ପରାମର୍ଶ ଅନୁସରଣ କରିବା ଆପଣଙ୍କ ପାଇଁ ଭଲ ହେବ । ଆଜି କାହାକୁ ଋଣ ଦିଅନ୍ତୁ ନାହିଁ । ଗରିବଙ୍କଠାରୁ ସମର୍ଥନ ପାଇବେ ।

ମୀନ : କାରବାର ପ୍ରସଙ୍ଗରେ ସ୍ୱଚ୍ଛତା ବଜାୟ ରଖନ୍ତୁ । ନୂତନ ଜମି କିମ୍ବା ଘର କିଣି ପାରନ୍ତି । ପରିବାର ସଦସ୍ୟଙ୍କ ପାଇଁ କିଛି ସମୟ ବାହାର କରିବାକୁ ପଡ଼ିବ । ଆପଣଙ୍କ ନେତୃତ୍ୱ ଦକ୍ଷତା ମଜଭୁତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.