ଭାଇ ସାଜିଲା କଂସେଇ : ହଂସପାଳରେ ସର୍ବସମ୍ମୁଖରେ ବଡ଼ ଭାଇକୁ ହାଣି ହତ୍ୟା କଲା ସାନ ଭାଇ, କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡର ଦୃଶ୍ୟ

ଭୁବନେଶ୍ୱର(କେନ୍ୟୁଜ୍) : ଭାଇ ସାଜିଲା କଂସେଇ। ପାରିବାରିକ ଶତ୍ରୁତାରୁ ବଡ଼ ଭାଇକୁ ଅତି ନିର୍ମମ ଭାବରେ ମାରି ଦେଲା ସାନ ଭାଇ। ଭୁବନେଶ୍ୱର ହଂସପାଳ ନିକଟରେ ଯୁବକଙ୍କୁ ହତ୍ୟାକାଣ୍ଡ ଘଟଣାରେ ପ୍ରାଥମିକ ତଦନ୍ତରୁ ପୋଲିସରୁ ଏହି ତଥ୍ୟ ପାଇଛି। ସାନ ଭାଇ ସର୍ବସମ୍ମୁଖରେ ବଡ଼ ଭାଇକୁ ଅତି ବିଭତ୍ସ ଭାବରେ ହାଣି ହତ୍ୟା କରିଛି। ହତ୍ୟା କରି ଫେରିବା ବେଳେ ମୋବାଇଲ୍ କ୍ୟାମେରାରେ କଏଦ ହୋଇଥିଲା ହତ୍ୟାକାରୀର ଭିଜୁଆଲ୍। ହତ୍ୟାକାରୀ ରକ୍ତ ଲଗା କଟୁରୀକୁ ଗାମୁଛାରେ ଲୁଚାଇ ସେଠାରୁ ଫେରାର ହୋଇଯାଇଥିଲା । ତା ଘର ବଡ଼ଗଡ଼ ସବର ସାହିରେ। ମୃତକଙ୍କ ନାଁ ପ୍ରୀତମ ରାଉତରାୟ। ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ଖୋଳତାଡ ଚଳାଇଛି। ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ।