ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର, ମହାଆଡମ୍ବରରେ ସମ୍ପନ୍ନ ହେଲା ଦେବଦମ୍ପତ୍ତିଙ୍କ ବିବାହ

ସମ୍ବଲପୁର(କେନ୍ୟୁଜ୍) : ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ଜିଲ୍ଲା । ମହାଆଡମ୍ବରରେ ଦେବଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ରାତି ପ୍ରାୟ ୧୧ଟା ବେଳେ ମଙ୍ଗଳ ଆଳତୀ କରାଯାଇ ମହାଦେବଙ୍କ ବରଯାତ୍ରୀ ବାହାରିଥିଲା । ବର ବେଶରେ ସଜ୍ଜିତ ହୋଇ ମହାଦେବ ବୃଷ ଭାରୁଢ ହୋଇ ସ୍ମଶାନ ନାଚ, ନନ୍ଦୀମୃଙ୍ଗୀ, ନୃସିଂହ ମହାପ୍ରଭୁ, ହନୁମାନଙ୍କ ସମେତ ବରାନୁଗମନ କରିଥବଲେ । ନୃତ୍ୟ ଗୀତ ଓ ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ ।

sambalpurଝାଡିଆପଡା ଲୋକନାଥ ବାବାଙ୍କ ବରଯାତ୍ରୀ ପହଂଚିଥିଲା ପାଟଣେଶ୍ୱରୀ କଲ୍ୟାଣ ମଣ୍ଡପଠାରେ । ସେଠାରେ ଭୋର ସମୟରେ ଦେବଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି ବିବାହ ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ କଳାକାରମାନେ ସାମିଲ ହୋଇ କଳା ପ୍ରଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.