ଭୁବନେଶ୍ବର: ଆନ୍ତର୍ଜାତିକ ଦ୍ୱାଦଶ କିଟ୍‌ ଚେସ୍‌ ମହୋତ୍ସବ-୨୦୧୯ ଉଦଯାପିତ

ଭୁବନେଶ୍ବର(କେନ୍ୟୁଜ୍): ଦ୍ୱାଦଶ ଆନ୍ତର୍ଜାତିକ କିଟ୍‌ ଚେସ୍‌ ମହୋତ୍ସବ-୨୦୧୯ ଉଦଯାପିତ ହୋଇଛି । ଭେନେଜୁଏଲାର ଗ୍ରାଣ୍ଡ ମାଷ୍ଟର ଇତୁରୀଜାଗା ୭ ପଏଣ୍ଟ ପାଇ ବୋନେଲି ‘ଏ’ କ୍ୟାଟେଗୋରୀରେ ଚାମ୍ପିଅନ୍‌ ହୋଇଥିବା ବେଳେ ତାଙ୍କୁ ଟ୍ରଫି ସହ ଦୁଇ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପୁରସ୍କାର ଆକାରରେ ଦିଆଯାଇଛି । ସେହିପରି ୟୁକ୍ରେନର ଗ୍ରାଣ୍ଡ ମାଷ୍ଟର ନେଭେରୋଭ ଭାଲେରି ୭ ପଏଣ୍ଟ ପାଇ ରନର୍ସ ଅଫ୍‌ ହୋଇ ଟ୍ରଫି ସହ ଏକ ଲକ୍ଷ ଟଙ୍କା ଓ ଆର୍ମେନିଆର ତରସହାକ୍ୟାନ ସାମଭେଲ୍‌ ତୃତୀୟ ସ୍ଥାନ ହାସଲ କରି ଟ୍ରଫି ସହ ନଗଦ ୮୦ ହଜାର ଟଙ୍କା ଅର୍ଥ ରାଶି ପୁରସ୍କାର ଲାଭ କରିଥିଲେ ।

chess kiitସି କ୍ୟାଟେଗୋରୀରେ ଓଡିଶାର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଓଡିଶାର ବିଶାଳ ପଟ୍ଟନାୟକ ୮. ୫ ପଏଣ୍ଟ ପାଇ ଚାମ୍ପିଅନ ହୋଇଥିବା ବେଳେ ତାଙ୍କୁ ଟ୍ରଫି ସହ ନଗଦ ୬୦ ହଜାର ଟଙ୍କା ମିଳିଛି । ସେହିପରି ମୀରାକଲ୍‌ ପଣ୍ଡା ରନର୍ସ ଅଫ୍‌ ହୋଇ ଟ୍ରଫି ସହ ୪୦ ହଜାର ଟଙ୍କା ଓ ଦିଲ୍ଲୀର ସତ୍ୟମ ପ୍ରକାଶ ତୃତୀୟ ସ୍ଥାନ ପାଇଛନ୍ତି । ତାଙ୍କୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ମିଳିଛି । ଉଦଯାପନୀ ଉତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ବାଣିଜ୍ୟ ଓ ପରିବହନ ଏବଂ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ପଦ୍ମନାଭ ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

chessଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଡ. ସସ୍ମିତାରାଣୀ ସାମନ୍ତ, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ତଥା ସର୍ବଭାରତୀୟ ଚେସ୍‌ ଫେଡେରେସନର ଉପସଭାପତି ଶେଖର ସାହୁ, ଅଲ୍‌ ଓଡିଶା ଚେସ୍‌ ଆସୋସିଏସନ ସମ୍ପାଦକ ଦେବବ୍ରତ ଭଟ୍ଟ ଏବଂ ଉପସଭାପତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମେ ୩୧ରୁ ଜୁନ୍‌ ୭ ତାରିଖ ପଯ୍ୟର୍ନ୍ତ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦେଶରୁ ହଜାରରୁ ଅଧିକ ଗ୍ରାଣ୍ଡମାଷ୍ଟର, ଇଣ୍ଟନ୍ୟାସନାଲ ମାଷ୍ଟର,ମହିଳା ଗ୍ରାଣ୍ଡ ମାଷ୍ଟର ଏବଂ ମହିଳା ଇଣ୍ଟରନ୍ୟାସନାଲ ମାଷ୍ଟର ଆଦି ଯୋଗଦେଇଥିଲେ । ଏଥିରେ ବିଭିନ୍ନ ବର୍ଗରେ କୃତି ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କାର ଆଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ସଫଳ ଖେଳାଳିଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.