Below header

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ରହ୍ମପୁର ଲଙ୍ଗଳଦେଇର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଲଙ୍ଗଳଦେଇ ଗାଁର ପ୍ରଦୀପ ବିଷୋୟୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସେ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ବ୍ରହ୍ମପୁର-ସୁକୁଣ୍ଡା ମୁଖ୍ୟ ରାସ୍ତାରେ ଏହି ହତ୍ୟାକାଣ୍ଡ ହୋଇଥିବା ଘଟିଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଖଣ୍ଡା ଛାଡି ଘଟଣାସ୍ଥଳରୁ ଫେରାର ହୋଯାଇଛନ୍ତି । ବଡ଼ ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି ।

ପ୍ରଦୀପ ବ୍ରହ୍ମପୁର ସହରର ଗେଟ୍‌ ବଜାର ଅଞ୍ଚଳରେ ରହୁଥିବା ବେଳେ ପ୍ରତିଦିନ ସକାଳେ ନିଜ ଗାଁ ଅନନ୍ତେଇଠାରେ ଥିବା କୁକୁଡ଼ା ଫାର୍ମକୁ ଯାଇଥାନ୍ତି । ଆଜି ସକାଳୁ ନିଜ ବାଇକ୍‌ରେ ଯାଉଥିବା ବେଳେ ବ୍ରହ୍ମପୁର-ସୁକୁଣ୍ଡା ମୁଖ୍ୟ ରାସ୍ତାରେ ପୂର୍ବ ଯୋଜନା ମୁତାବକ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ରରେ ପ୍ରଦୀପଙ୍କ ମୁଣ୍ଡକୁ ଗଭୀର ଆଘାତ କରିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ସହ ବାଇକ ଓ ଖଣ୍ଡା ଜବତ କରିଛି । ଏହି ହତ୍ୟା କାଣ୍ଡର ତିନିରୁ ଚାରି ଜଣଙ୍କ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିବା ବେଳେ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି । ରାଜନୈତିକ ଶତ୍ରୁତା ଓ ବ୍ୟବସାୟିକ ଦିଗକୁ ଆଧାର କରି ତଦନ୍ତ ଜାରୀ ରହିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.