Below header

ଅନୁଗୁଳ କୁମଣ୍ଡ ଚଣ୍ଡୀବଜାର ନିକଟରେ ଦୁର୍ବୃତ୍ତଙ୍କ ଛୁରା ମାଡ: ୨ ଗୁରୁତର, ଜଣେ ଆହତ

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଥାନା କୁମଣ୍ଡ ଚଣ୍ଡୀବଜାର ନିକଟରେ ଦୁର୍ବୃତ୍ତଙ୍କ ଛୁରା ମାଡରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଅନୁଗୁଳ ହେମସୁରପଡାର ୫ ଯୁବକ ଚଣ୍ଡୀବଜାର ଠାରେ ଥିବା ଏକ ଢାବାକୁ ଖାଇବାକୁ ଯାଇଥିଲେ । ସେଠାରୁ ଖାଇ ଛକ ନିକଟରେ ଛିଡା ହୋଇଥିବା ବେଳେ ସେଠାରେ ଥିବା ଦୁଇଜଣ ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ଉଭୟଙ୍କ ମାଧ୍ଯରେ ଯୁକ୍ତିତର୍କ ହୋଇଥିଲା ।

ଏହି ଯୁକ୍ତିତର୍କ ବେଳେ ଗାଳି କରୁଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ହଠାତ ଏକ ପେପର କଟା ଛୁରି କାଢି ସେଠାରେ ଥିବା ୫ ଜଣଙ୍କୁ ଆକ୍ରମଣ କରିଥିଲା । ଛୁରି ମାଡ ରଞ୍ଜନ ବେହେରା , ସୁନୀଲ ବସା ନାମକ ଦୁଇ ଜଣ ଯୁବକଙ୍କ ପେଟରେ ବାଜିଥିବା ଯୋଗୁଁ ସେମାନେ ଗୁରୁତର ହୋଇ  ପଡି ଯାଇଥିଲେ ।

ଏହି ଦୁର୍ବୃତ୍ତଙ୍କ ଆକ୍ରମଣରେ ରବି ନାରାୟଣ ଜେନା ନାମକ ଆଉ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ଦୁଇ ଦୁର୍ବୃତ୍ତ ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଆହତ ମାନଙ୍କୁ ଅନ୍ୟ ସହଯୋଗୀ ମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.