ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ବ୍ରାଭୋ, ବିଶ୍ୱକପ୍‌ ସରିବା ପରେ ଅବସର

ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଲେ ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡେ୍ଵନ ବ୍ରାଭୋ । ଟି ୨୦ ବିଶ୍ୱକପ ପରେ ଅବସର ନେବେ ବ୍ରାଭୋ । ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍‌ ବାହାରିଯିବା ପରେ ବ୍ରାଭୋ ଏଭଳି ନିଷ୍ପତ୍ତି ନେଇଛନ୍ତି । ଶେଷ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କା ଠାରୁ ହାରିଛି ୱେଷ୍ଟଇଣ୍ଡିଜ୍‌। ଯାହା ପରେ ଏପରି ଘୋଷଣା କରିଛନ୍ତି ବ୍ରାଭୋ।

ବ୍ରାଭୋ ଗୁରୁବାର ଦିନ ଶ୍ରୀଲଙ୍କା ଠାରୁ ମ୍ୟାଚ ହାରିବା ପରେ ଫେସବୁକ ଲାଇଭ ଶୋରେ ପୂର୍ବ ଅଧିନାୟକ ଡେରେନ ସାମି ଏବଂ କମେଣ୍ଟେଣ୍ଟର ଏଲେକ୍ସ ଜୋଡାର୍ନଙ୍କ ସହିତ କଥାବାର୍ତ୍ତା ହୋଇ କ୍ରିକେଟରୁ ସନ୍ନ୍ୟାସ ନେବା କଥା କହିଛନ୍ତି। ୧୮ ବର୍ଷ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ ତରଫରୁ ବ୍ରାଭୋ ଖେଳିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରାଭୋ ଖେଳିବେ ଶେଷ ମ୍ୟାଚ । ସେ ୪୦ଟି ଟେଷ୍ଟ ଓ ୧୬୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ୯୦ଟି ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ ଖେଳିଛନ୍ତି ବ୍ରାଭୋ । ଏକ ଦିବସରେ ୧୯୯ଟି ଓ୍ଵିକେଟ ନେଇଛନ୍ତି । ସମସ୍ତ ଫର୍ମାଟରେ ସେ ୩୬୫ଟି ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.