Below header

ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ, ୨ ଦୁର୍ବୃତ୍ତ ଫେରାର୍

ଯୋଡା(କେନ୍ଯୁଜ୍): ସାମ୍ବାଦିକଙ୍କୁ ବନ୍ଧୁକରେ ମରଣାନ୍ତକ ଆକ୍ରମଣ। ଚମ୍ପୁଆ ଥାନା କରଞ୍ଜିଆର ପ୍ରମେୟ ସାମ୍ବାଦିକ ବିଦୁଭୂଷଣ ପତିଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତକାଲି ରାତି ୭.୪୫ରେ ବିଦୁଭୂଷଣ ସଉଦା ନେଇ ଉର୍ତ୍ତୀ ଛକରୁ ସ୍କୁଟିରେ ସରେଇ ସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟ ଆମ୍ବ ତୋଟା ନିକଟରେ ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକରେ ଆସି ବିଦୁଭୂଷଣଙ୍କୁ ଅଟକାଇ ତାଙ୍କ ଉପରକୁ ବନ୍ଧୁକ ଉଞ୍ଚାଇଥିଲେ। ଏହି ସମୟରେ ବିଦୁଭୂଷଣ ବାଦା ଦେବାରୁ ଦୁର୍ବୃତ୍ତ ଦୁଇଜଣ ତାଙ୍କୁ ବନ୍ଧୁକରେ ନିସ୍ତୁକ  ମାଡ ମାରିଥିଲେ।

ବନ୍ଧୁକ ମାଡରେ ବିଦୁଭୂଷଣଙ୍କ ହାତର ଗୋଟିଏ ଆଙ୍ଗୁଳି ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ଯପଟେ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଚମ୍ପୁଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.