ଆଜି ତିନି ରଥକୁ ଆଜ୍ଞମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଟଣାଯିବ ୩ ରଥ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ରହିଛି । ଗତକାଲି ମଧ୍ୟରାତ୍ରିରେ ଦତ୍ତମହାପାତ୍ର ସେବାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଘାର ନୀତି କରିଥିଲେ । କରୋନା କଟକଣା ଥିବାରୁ ମହାପ୍ରଭୁ କେବଳ ସେବାୟତଙ୍କୁ ଆଜି ନବଯୌବନ ବେଶରେ ଦର୍ଶନ ଦେବେ । ସେହିପରି ଆଜି ତିନି ରଥକୁ ଆଜ୍ଞମାଳ ବିଜେର ପରମ୍ପରା ରହିଛି । ସକାଳ ଧୂପ ପରେ ପୂଜାପଣ୍ଡା, ସେବାୟତମାନେ ଆଜ୍ଞାମାଳ ରଥଖଳାକୁ ନେବା ପରେ ୩ ରଥକୁ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଟଣାଯାଇଥାଏ । କିନ୍ତୁ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ପରେ ରଥ ଆଜ୍ଞାମାଳ ନୀତି ହେବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ ।

jaga darshanaଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ସଦସ୍ୟ ଥିବା ସେବାୟତ କହିଛନ୍ତି, ଆଜି ଆଜ୍ଞାମାଳ ବିଜେ ହେବ । ରଥଯାତ୍ରା ପାଇଁ ସରକାର ନିଜ ପକ୍ଷରୁ ଚେଷ୍ଟା କରନ୍ତୁ । ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସମସ୍ତ ସହଯୋଗ କରିବ ବୋଲି କୁହାଯାଇଛି । ବିନା ଭକ୍ତରେ ରଥଯାତ୍ରା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତିି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ତେବେ ରଥଯାତ୍ରା ନେଇ କୋର୍ଟରେ ମାମଲା ଥିଲେ ମଧ୍ୟ ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଡିଆଇଜି, ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଶ୍ରୀମନ୍ଦିର ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.