Below header

ରଥଯାତ୍ରା ନେଇ ଆଜି ବଡ ନିଷ୍ପତି, ଦିନ ୧୧ଟାରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ପୁରୀ(କେନ୍ଯୁଜ୍): ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ । ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ ଉପରେ ଶୁଣାଣି କରାଯିବ । ପୂର୍ବ ରାୟର ପୁନର୍ବିଚାର ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ଭିଡିଓ କନଫରେନ୍ସିଂରେ ଶୁଣାଣି ହେବ । ଗତ ୧୮ ତାରିଖରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶାରେ ରଥଯାତ୍ରା ଉପରେ ରୋକ ଲଗାଇଥିଲେ । ଜନସ୍ୱାର୍ଥ ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏବେ ପୁନର୍ବିଚାର ପାଇଁ ୧୭ଟି ପିିଟିସନ ଫାଇଲ୍‌ ହୋଇଛି ।

ପୁରୀରେ ରଥଯାତ୍ରା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିଚାର ସହ ଏଥିରେ ଆଂଶିକ ପରିବର୍ତ୍ତନ କରି କେବଳ ଶ୍ରୀକ୍ଷେତ୍ରରେ ରଥଯାତ୍ରାକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଚିଠିଲେ ଉଲ୍ଲେଖ କରିଥିଲେ ଗଜପତି ମହାରାଜ । ଏନେଇ ଆଜିର ସୁପ୍ରିମକୋର୍ଟଙ୍କ ରାୟ ଉପରେ କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.