Below header

କେନ୍ଦୁଝର: ବସ୍ତାରୁ ବାହାରିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ, ଆସାମୀ ଫେରାର

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଏନଏଚ- 20 ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ହୋଇଛି । ଆଜି ସକାଳ ପ୍ରାୟ ୧୦ଟା ସମୟରେ ଜଣେ ବ୍ୟକ୍ତି ଏକ ଲୁନା ମୋପେଡ ( ଓଡି ୨୫ ଇ 0୯୧୭ ) ଗାଡିରେ ଏକ ବସ୍ତା ଧରି ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବାର କିଛି ସ୍ଥାନୀୟ ଲୋକ ଦେଖି ତାଙ୍କୁ ଅଟକାଇ ପଚାରାଉଚରା କରିଥିଲେ । ଚାଳକ ଜଣଙ୍କ ଉତ୍ତର ଦେଇଥିଲେ କି ଭିତରେ ବସ୍ତା ମାଂସ ଅଛି । ଏହାପରେ କିଛି ଲୋକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଅଟକାଇବାକୁ ଚେଷ୍ଟା କରିବାରୁ ବ୍ୟକ୍ତି ଜଣଙ୍କ ଗାଡି ସହ ବସ୍ତା ଛାଡ଼ି ଚାଲି ଯାଇଥିଲା । ପରେ ଲୋକମାନେ ଏନେଇ ଟାଉନ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ତାଟିକୁ ଖୋଲି ଦେଖିଥିଲେ । ତା ମଧ୍ୟରେ ଏକ ଜରି ଭିତରେ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଉଦ୍ଧାର ହୋଇଥିଲା । ଉଦ୍ଧାର ମହିଳା ଜଣଙ୍କ କିଏ ତାଙ୍କର କୌଣସି ପରିଚୟ ମିଳି ପାରିନଥିଲା । ହେଲେ ପୋଲିସ ପହଞ୍ଚିବା ପୂର୍ବରୁ କେହି ଜଣେ ପାଖରେ ପଡିଥିବା ଲୁନା ମୋପେଡ଼ ଟିକୁ ନେଇ ଲୁଚାଇ ନେଇଯାଇଛି । ଏହି ସବୁକୁ ନେଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.