ଯେତେବେଳେ ଖେଳ ପଡ଼ିଆରୁ ବିରାଟ ଅନୁଷ୍କାଙ୍କୁ ପଚାରିଲେ ଖାଇଲଣି କି ? ଦେଖନ୍ତୁ କ’ଣ କହିଲେ ପ୍ରଶଂସକ

ଶାରଜାହ : ଅନୁଷ୍କା ଓ ବିରାଟଙ୍କ ଲଭ୍‌ ଲାଇଫ ସବୁବେଳେ ଚର୍ଚ୍ଚାରେ ଥାଏ । ଦୁହେଁ ଦୁହିଁଙ୍କୁ ଏମିତି ପ୍ରେମ କରନ୍ତି ଯେ ତାହା ଦେଖଣାହାରୀଙ୍କ ନଜରରୁ ବି ଛପି ରହେ ନାହିଁ । ଅନୁଷ୍କା ଏବେ ମା’ ହେବାକୁ ଯାଉଛନ୍ତି । ତେଣୁ ତାଙ୍କର ଖାସ୍‌ ନଜର ଏବେ ରଖୁଛନ୍ତି ବିରାଟ କୋହିଲ୍‌ । ଏବେ ବିରାଟ ଆଇପିଏଲ୍‌ ଖେଳିବାକୁ ଦୁବାଇ ଯାଇଛନ୍ତି । ସାଙ୍ଗରେ ବି ପତ୍ନୀ ଅନୁଷ୍କାଙ୍କୁ ନେଇଛନ୍ତି ।

anuska-1

ଅନୁଷ୍କା ମଧ୍ୟ ବିରାଟଙ୍କ ମନୋବଳ ବଢ଼ାଇବାକୁ ଓ ତାଙ୍କୁ ଚିୟରସ୍‌ କରିବାକୁ ବିରାଟଙ୍କ ପାଖେ ପାଖେ ଥାଆନ୍ତି । ଏବେ ଆଇପିଏଲ୍‌ ଖେଳ ବେଳେ ମଧ୍ୟ ଅନୁଷ୍କା ବିରାଟଙ୍କ ସହ ଦୁବାଇରେ ଅଛନ୍ତି । ଷ୍ଟାଡିୟମରେ ରହି ବିରାଟଙ୍କୁ ଚିୟରସ୍‌ କରୁଛନ୍ତି । ସବୁଠୁ ବଡ଼ କଥା ହେଉଛି ଏବେ ଦୁହିଁଙ୍କୁ ନେଇ ଏପରି ଏକ ଭିଡିଓ ଆସିଛି ଯେଉଁଠି ବିରାଟ ଖେଳ ପଡ଼ିଆରେ ଥାଇ ମଧ୍ୟ ଅନୁଷ୍କାଙ୍କ ଖାଇବା କଥା ପଚାରି ବୁଝୁଛନ୍ତି । ଯାହାର ଭିଡିଓ ଭାଇରାଲ ହୋଇଛି ।

ପ୍ରଶଂସକ ଏଥିପାଇଁ ବିରାଟଙ୍କୁ ବହୁତ ପ୍ରଶଂସା କରିଛନ୍ତି ଯେ ସେ କିପରି ଖେଳ ବେଳେ ପଡ଼ିଆରେ ଥାଇ ମଧ୍ୟ ପତ୍ନୀଙ୍କ ଯତ୍ନ ନେଉଛନ୍ତି । ଏବେ ଏହି ଭିଡିଓ ଅନୁଷ୍କା ଓ ବିରାଟଙ୍କ ଫ୍ୟାନ୍‌ କ୍ଲବ ପକ୍ଷରୁ ବହୁତ ପ୍ରଶଂସା କରାଯାଇଛି । ପ୍ରଶଂସକମାନେ ଅନୁଷ୍କାଙ୍କୁ ମଧ୍ୟ ନିଜର ଯତ୍ନ ନେବା ପାଇଁ କହିଛନ୍ତି ।

 

ଅନୁଷ୍କାଙ୍କ ଫିଲ୍ମ କାରିଅର କଥା କହିବାକୁ ଗଲେ ତାଙ୍କର ଶେଷ ଫିଲ୍ମ ଜୋରରେ ସେ ଶାହାରୁକ୍‌ଙ୍କ ଦେଖିବାକୁ ମିଳିଥିଲେ । ଏଥିରେ କ୍ୟାଟ୍ରିନା ମଧ୍ୟ ତାଙ୍କ ସହ ମୁଖ୍ୟ ଭୂମିକାରରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମ ପରଠାରୁ ଅନୁଷ୍କା ଆଉ କୈାଣସି ଫିଲ୍ମରେ ଆସି ନାହାଁନ୍ତି । ତେବେ ମା’ ହେବା ପରେ ସେ ନୂଆ ପ୍ରୋଜେକ୍ଟରେ ସାଇନ୍‌ କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.