Below header

ସିଲ୍‌ ହେଲା ‘ଡେଥ ଜୋନ୍‌’ ନାଗାବଳୀ ଝୁଲାପୋଲ, ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ରାୟଗଡା(କେନ୍ୟୁଜ୍): ସିଲ୍‌ ହେଲା ‘ଡେଥ ଜୋନ୍‌’ ନାଗାବଳୀ ଝୁଲାପୋଲ । ଝୁଲାପୋଲର ଉଭୟ ପାର୍ଶ୍ୱ ରାସ୍ତାକୁ ଲୁହା ରଡ୍‌ ମାଧ୍ୟମରେ େଓ୍ଵଲଡିଂ କରି ସିଲ୍‌ କରାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ବାରମ୍ବାର ନଦୀରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଝୁଲାପୋଲକୁ ସିଲ୍‌ କରିବା ସହ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ରୋକ୍‌ ଲଗାଯାଇଛି । ଗତ ୫ ବର୍ଷ ମଧ୍ୟରେ ନାଗାବଳୀ ନଦୀରେ ୨୭ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ବୁଡି ପ୍ରାଣ ହରାଇଛନ୍ତି ।

ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର ନିକଟରୁ ୩ କିଲୋମିଟର ଦୂରରେ ରହିଛି ନାଗାବଳୀ ନଦୀ ଓ ଝୁଲାପୋଲ । ନାଗାବଳୀ ନଦୀ ଯୋଗୁ ରାୟଗଡା ବ୍ଲକର ୮ରୁ ଅଧିକ ଗାଁ ବର୍ଷାଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲା । ବହୁବାର ଦାବି ପରେ ୨୦୧୧ ମସିହାରେ ଆଇଏପି ଯୋଜନାରେ ଦେଢକୋଟି ବ୍ୟୟରେ ଝୁଲାପୋଲ ନିର୍ମାଣ କରାଯାଇଥିଲା । ରକ୍ଷଣାବେକ୍ଷଣା ଅଭାବରୁ ଏବେ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି । ଅକାଳରେ ବହୁ ଜୀବନ ଚାଲିଯାଉଥିବାରୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବାକୁ ପୂର୍ବରୁ ରାୟଗଡାର ବହୁ ସଙ୍ଗଠନ ଦାବି ଉଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.