Below header

ବିପର୍ଯ୍ୟୟ ମୁକାବିଲା ପାଇଁ ଭୁବନେଶ୍ୱରରେ ଦୁଇ ଦିିନିଆ କର୍ମଶାଳା ଆରମ୍ଭ

ବିପର୍ଯ୍ୟୟ ମୁକାବିଲା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିିନିଆ କର୍ମଶାଳା । ଏଥିରେ ଓଡ଼ିଶା ସମେତ ବିହାର, ଝାରଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିମାନେ ଯୋଗଦେଇଛନ୍ତି । ନୂଆ ଜ୍ଞାନ କୌଶଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସମ୍ପତ୍ତିହାନୀକୁ ରୋକାଯାଇ ପାରିବ, ସେ ସଂପର୍କରେ ଏହି କର୍ମଶାଳାରେ ଆଲୋଚନା ହେଉଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସଦସ୍ୟ ସଚିବ ଜି.ଭି.ଭି ଶର୍ମା କହିଛନ୍ତି ସମସ୍ତ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା ହେବ । ନିୟମକୁ ଅଣଦେଖା କରି କିଭଳି ବନ୍ୟା ଅଞ୍ଚଳରେ ବଡ଼ ବଡ଼ ବିଲଡିଂକୁ ରୋକାଯାଇପାରିବ ସେ ପ୍ରତି ସମସ୍ତ ରାଜ୍ୟ ଯତ୍ନବାନ ହେବା ଦରକାର । ସେହିପରି ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି, କେନ୍ଦ୍ର ସରକାର ପ୍ରତିବର୍ଷ ବିପର୍ଯ୍ୟୟ ମୁକାବିଲା ପାଇଁ ୧୩ ହଜାର କୋଟି ଟଙ୍କା ପ୍ରଦାନ କରିଥାନ୍ତି । ଏଥର ଏହି ପାଣ୍ଠି ଅଧିକ ମିଳିବ । ଏହି ପାଣ୍ଠିକୁ କିପରି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରାଯାଇପାରିବ ସେନେଇ ଗୁରୁତ୍ୱ ଦିଆଯିବ । ସେହିପରି ଛତିଶଗଡ଼ ରାଜସ୍ୱ ବିଭାଗର ସଚିବ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାଠାରୁ ବହୁତ କିଛି ଶିଖିବାର ଅଛି । ଏହି ବୈଠକର ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.