ଏମାନଙ୍କ ମୃତ୍ୟୁକୁ ହଜାର ହଜାର ବର୍ଷ ବିତି ଗଲାଣି ସତ, ଆଜି ବି ଆତ୍ମା ଖୋଜୁଛି ନିଜ ଅକାଳ ମୃତ୍ୟୁର କାରଣ

ଦୁନିଆରେ ଏମିତି ବହୁତ କିଛି ଜିନିଷ ରହିଛି, ଯାହା ପଛରେ ତର୍କଶାସ୍ତ୍ର ବି କାମ କରି ନ ଥାଏ। ଯେଉଁ ଲୋକ ପ୍ରତ୍ୟେକ କଥାର ବୈଜ୍ଞାନିକ ପ୍ରମାଣ ଖୋଜେ କିମ୍ବା ପ୍ରମାଣ ପାଇସାରିବା ପରେ କଥାକୁ ବିଶ୍ୱାସ କି ଅବିଶ୍ୱାସ କରେ, ସେହି ଲୋକମାନେ ମଧ୍ୟ ଏହାର ଟେର୍‌ ପାଇପାରି ନ ଥାଆନ୍ତି। ବାସ୍ତବରେ, ଆମ ଆଖାପାଖରେ ଘଟୁଥିବା ଏମିତି ଅନେକ ଅପ୍ରାକୃତିକ ଘଟଣାକୁ କେବଳ ଏକ ସଂଯୋଗ କହି ଏଡ଼ାଇ ଦିଆଯାଇପାରେ। କିନ୍ତୁ ବେଳେବେଳେ ମଣିଷ ଭାବିବାକୁ ବାଧ୍ୟ ହୁଏ ଯେ ‘ସତରେ କ’ଣ ଲୋକେ ମରିଯିବା ପରେ ସେମାନଙ୍କ ଆତ୍ମା ମାନବ ଦୁନିଆ ଛାଡ଼ିକି ଯାଏନି? ଆସନ୍ତୁ ଜାଣିବା ଦୁନିଆର ଏହିପରି ୬ଟି ଭୂତିଆ ସ୍ଥାନ ବିଷୟରେ।

a1

୧. ଏଡିନ୍‌ବର୍ଗ

ଏଡିନ୍‌ବର୍ଗ କାସଲକୁ ସ୍କର୍ଟଲାଣ୍ଡର ସବୁଠାରୁ ଭୟଙ୍କର ଭୂତିଆ ସ୍ଥାନ ରୂପେ ଗଣାଯାଇଥାଏ। ଏହା ବି କୁହାଯାଏ ଯେ ଏଠାରେ ଦୁଷ୍ଟ ଆତ୍ମା ସବୁବେଳେ ନିଜର ଶିକାର ଖୋଜୁଥାଏ। ଅନେକ ଲୋକ ବେଳେବେଳେ ଏଠାରେ ମୁଣ୍ଡ କଟା ମଣିଷକୁ ଡ୍ରମ୍‌ ବଜାଉଥିବାର ଦେଖିଛନ୍ତି। ଏହାଛଡ଼ା ଆମେରିକାର କ୍ରାନ୍ତିକାରୀ ଯୁଦ୍ଧରେ ଫ୍ରେଞ୍ଚ୍‌ କଏଦୀମାନଙ୍କ ମୃତ ଆତ୍ମା ମଧ୍ୟ ଏହି ସହରରେ ନିଜର କବ୍‌ଜା ଜମାଇଛନ୍ତି। ଯେଉଁ ଲୋକ ସହର ଭିତରେ ପଶିଛନ୍ତି, ସେମାନେ ବହୁତ କିଛି ଅନୁଭବ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସହର ଭିତରକୁ ପଶୁ ପଶୁ ଏମିତି ଲାଗିଥାଏ, ଯେପରି ତାପମାତ୍ରା ଦ୍ରୁତଗତିରେ ହ୍ରାସ ପାଉଛି। ସେମାନଙ୍କୁ ଛାଇସବୁ ନଜର ଆସିଥାଏ। ଯେମିତି କେହି ଜଣେ ସେମାନଙ୍କୁ ଦେଖୁଛି ଏବଂ ଛୁଉଁଛି।

a2

୨. ବର୍ଲିନ୍‌

ବର୍ଲିନର କିଲ୍ଲା ୧୫ଶ ଶତାବ୍ଦୀର ଏକ ଅମର ପ୍ରେମ କାହାଣୀ ଶୁଣାଇଥାଏ। ଜୋଶମ୍‌ ଦ୍ୱିତୀୟ ଓ ଏନା ସିଡୋ ନାମକ ପ୍ରେମୀଯୁଗଳଙ୍କୁ ଏହି କିଲ୍ଲାରେ ବନ୍ଦୀ କରି ରଖାଯାଇଥିଲା। ଜୋଶମ୍‌ ମରିବା ବେଳେ ନିଜ ପୁତ୍ରକୁ କହିଥିଲେ ଯେ ସେ ଏନାଙ୍କ ଧ୍ୟାନ ରଖିବେ, କିନ୍ତୁ ତାଙ୍କ ପୁତ୍ର ଏନାଙ୍କୁ ବନ୍ଦୀ ଅବସ୍ଥାରେ ରଖିଥିଲେ। ଜୋଶମ୍‌ ଓ ଏନାଙ୍କ ମୃତ୍ୟୁକୁ ଅନେକ ବର୍ଷ ବିତିଗଲାଣି ସତ, କିନ୍ତୁ ଆଜି ବି ଏମାନେ କିଲ୍ଲା ଏବଂ କିଲ୍ଲା ଆଖପାଖରେ ଦେଖାଯାଇଥାଆନ୍ତି। କେହି ଏହି କିଲ୍ଲାକୁ ଆସୁ, ତାହା ସେମାନେ ପସନ୍ଦ କରି ନ ଥାଆନ୍ତି।

a3

୩. ମସ୍କୋ

ମସ୍କୋର ନବନିର୍ମିତ କଲୋନୀ ତଳେ ବହୁତ ଭୟଙ୍କର ରହସ୍ୟ ଲୁଚିରହିଛି। ଏ ପଯ୍ୟର୍ନ୍ତ ମସ୍କୋର ସବୁଠାରୁ କୁଖ୍ୟାତ ରାଜା କଲୋନିୟା ଇଭାନଙ୍କ ସମୟରେ ଏହା ପୁରୁଣା ଗାଡ ଉପରେ ତିଆରି ହୋଇଛି। ଏହି ଗାଡରେ କଏଦୀମାନଙ୍କୁ ବହୁତ ଅମାନବୀୟ ନିର୍ଯାତନା ଦିଆଯାଉଥିଲା। ଆଜି ବି କଲୋନୀରେ ରହୁଥିବା ଲୋକ ଏଠାରେ ଘଟୁଥିବା ବିଭିନ୍ନ ଅଜବ ଘଟଣାର ମୂକସାକ୍ଷୀ।

a5

୪. ହିରୋସୀମା

ଜାପାନର ହିରୋସୀମା ସହରରେ ଘଟିଥିବା ଭୟଙ୍କର ଘଟଣାକୁ ସାରା ବିଶ୍ୱ ମନେ ରଖିଛି। ଯେଉଁଠି ଆମେରିକା ପକାଇଥିଲା ପରମାଣୁ ବୋମା । ଏଠାରେ ଅକାଳ ମୃତ୍ୟୁର ଶିକାର ହୋଇଥିବା ଲୋକମାନଙ୍କ ଆତ୍ମା ଘୂରି ବୁଲୁଥିବା କୁହାଯାଏ।

a7

୫. ସାନ୍‌ ଫ୍ରାନ୍ସିସ୍କୋ

ସାନ୍‌ ଫ୍ରାନ୍ସିସ୍କୋ ଭୟଙ୍କର ଭୂମିକମ୍ପ ଏବଂ ନିଅାଁକୁ ସାମ୍ନା କରିଛି। ଏହି ଦୁଇ ଘଟଣାରେ ଅତି କମ୍‌ରେ ୧୦୦୦ ଲୋକ ମୃତ୍ୟୁବରଣ କରିଥିଲେ। ଏହି ଆତ୍ମାମାନେ ଏଠାରେ ରାଜ୍‌ କରୁଛନ୍ତି।

SONY DSC

୬. ଗୋଲ୍ଡେନ୍‌ ଗେଟ୍‌ ବ୍ରିଜ୍‌

ଗୋଲ୍ଡେନ୍‌ ଗେଟ୍‌ ବ୍ରିଜ୍‌ରେ ଆଜି ବି ଲୋକେ ମୃତ ଲୋକଙ୍କ ଆତ୍ମାକୁ ଅନୁଭବ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.