Below header

ଭାରତର ସାମରିକ ଶକ୍ତି ଆଗରେ ଆଜି ବି ଛୁଆ ପାକିସ୍ତାନ, ମାତ୍ର ଗୋଟିଏ ମିସାଇଲ ଶତୃ ଦେଶକୁ ଥରହର କରିବା ପାଇଁ ଯଥେଷ୍ଟ

ପାକିସ୍ତାନ ଏବଂ ଚୀନ ଭଳି ପଡୋଶୀ ଦେଶ ସହିତ ଲଗାତାର ବଢ଼ୁଥିବା ତିକ୍ତତାକୁ ନେଇ ଭାରତୀୟ ବଳ ପୂର୍ବରୁ ହିଁ ସତର୍କ ରହିଛି। ନିକଟରେ ପାକିସ୍ତାନ ୨୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଗଜନବୀ ମିସାଇଲର ପରୀକ୍ଷଣ କରିଥିଲା। ଯାହାପରେ ଭାରତର ସୁରକ୍ଷାକୁ ନେଇ ବିପଦ ସ୍ରୁଷ୍ଟି ହୋଇଛି। କିନ୍ତୁ କଣ ଆପଣ ଜାଣନ୍ତି ମିସାଇଲ୍‌ ମାମଲାରେ ପାକିସ୍ତାନ ଆଜି ବି ଭାରତ ସାମ୍ନାରେ ଛୁଆ। କାରଣ ଭାରତ ପାଖରେ ଏମିତି ମହାଦ୍ୱୀପୀୟ ବ୍ୟାଲେଷ୍ଟିକ ମିସାଇଲ୍‌ ମହଜୁଦ୍‌ ରହିଛି, ଯାହା ପାକିସ୍ତାନ ପାଇଁ ଏବେ ବି ସ୍ୱପ୍ନ ଅଟେ। ଭାରତ ନିଜର ସୁରକ୍ଷା ପାଇଁ ବିଶ୍ୱ ସ୍ତରର ଅନେକ ମିସାଇଲ, ଜାହାଜ, ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ରମାନ ନିର୍ମାଣ କରିଛି।

ଭାରତ ସଶସ୍ତ୍ର ବଳର ଅଧିକାରୀ । ଭାରତର ଶସ୍ତ୍ର ସେନାରେ ତିନୋଟି ପ୍ରମୁଖ ବିଭାଗ ରହିଛି । ଯେଉଁଥିରେ ଭାରତୀୟ ଜଳସେନା, ସ୍ଥଳସେନା , ବାୟୁସେନା ଓ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ ସାମିଲ ରହିଛି।। ଆସନ୍ତୁ ପ୍ରଥମେ ଜାଣିବା ଭାରତରେ ଥିବା ଶକ୍ତିଶାଳୀ ମିସାଇଲ୍‌ ବିଷୟରେ।

misssile

ଅଗ୍ନି-୫ : ଏହା ହେଉଛି ସିରିଜର ଇଣ୍ଟର-ଇଣ୍ଟରକନଣ୍ଟିନେଣ୍ଟଲ ବାଲାଷ୍ଟିକ ମିସାଇଲ୍‌ ଅର୍ଥାତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଅଟେ। ଅଗ୍ନି-୫ର ଲକ୍ଷ୍ୟଭେଦର କ୍ଷମତା ୫୫୦୦ ରୁ ୫୮୦୦ କିଲୋମିଟର ରହିଛି । ଏହାସହିତ ସମୟ ଆସିଲେ ଏହାର ରେଞ୍ଜକୁ ଆହୁରି ବି ବୃଦ୍ଧି କରାଯାଇପାରିବ ।

agni iv miisileଅଗ୍ନି-୪ : ପୁରୁଣା ଭର୍ସନ ମୁକାବିଲାରେ ଅଗ୍ନି-୪ ମିସାଇଲ ବହୁତ ହାଲକା ହେବା ସହିତ ଏଥିରେ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଭାରତୀୟ ସେନାରେ ସାମିଲ ଏହି ମିସାଇଲ ୪ ହଜାର କିଲୋମିଟର ରୁ ଅଧିକ ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏହି କ୍ଷେପଣାସ୍ତ୍ରଟିର ଲମ୍ବ ୨୦ ମିଟର ଏବଂ ଓଜନ ୧୨ଟନ୍ । ପାରମାଣବିକ ଅସ୍ତ୍ର ବହନ କରିପାରୁଥିବାରୁ ଏଥିରେ ପଡୋଶୀ ଦେଶ ପାକିସ୍ତାନ ଓ ଚୀନର ଅଧିକାଂଶ ଅଞ୍ଚଳର ଲକ୍ଷ୍ୟଭେଦ କରିହେବ ।

agni 3 missaileଅଗ୍ନି-୩ : ଅଗ୍ନି-୩ର ଏହି କ୍ଷେପଣାସ୍ତ୍ର ବା ମିସାଇଲର ଲମ୍ବ ୧୭ ମିଟର ଏବଂ ଦୁଇ ମିଟର ଚଉଡା ଅଟେ। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବାର କ୍ଷମତା ରଖୁଥିବା ଏହି ମିସାଇଲ ୩୫୦୦ ଦୂର ପଯ୍ୟନ୍ତ ଯେକୌଣସି ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଛି । ପ୍ରାୟ ଦେଢଟନର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର । ୨୦୧୧ ରୁ ଅଗ୍ନି-୩ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ସାମିଲ କରାଯାଇସାରିଛି । ଏଥିରେ ଆଡଭାନ୍ସ କମ୍ପ୍ୟୁଟର ଏବଂ ନେଭିଗେସନ ସିଷ୍ଟମ ଲଗାଯାଇଛି।

agni 2 missaileଅଗ୍ନି-୨ : ଏହି କ୍ଷେପଣାସ୍ତ୍ରର ଖାସିୟତ ଏୟା ଯେ ଏହା ଏକ ଟନର ପେଲୋଡ ନେବା ସହିତ ୧୫୦୦ ରୁ ୨୦୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ । ଏହାର ଓଜନ ୧୭ ଟନ, ଲମ୍ବ ୨୦ ମିଟର ଓ ମୋଟେଇ ୧୩ ମିଟର । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୧୦୦୦ କିଗ୍ରା ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

agni 1 missileଅଗ୍ନି-୧ : ଏହି ମିସାଇଲର ନିର୍ମାଣ ଭାରତରେ ୧୯୯୯ରେ ଆରମ୍ଭ କରାଯାଇଥିଲା ଏବଂ ଏହାର ପ୍ରଥମ ପରୀକ୍ଷଣ ୨୦୦୨ରେ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି । ଏହା ୭୦୦ ରୁ ୯୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ସକ୍ଷମ ରଖିଛି । ଏହି ମିସାଇଲ ଏକ ହଜାର କିଲୋଗ୍ରାମର ପରମାଣୁ ଅସ୍ତ୍ର ସହ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ବହନ କରିପାରିବ ।

nirbhaya missileନିର୍ଭୟ : ଏହା ଭାରତର ସବୁଠାରୁ ଖାସ୍‌ ମିସାଇଲ ଅଟେ। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦର କ୍ଷମତା ୮୦୦ ରୁ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏଥିରେ ସ୍ୱତନ୍ତ୍ର ରକେଟ ମୋଟର ବୁଷ୍ଟର ସହିତ ଟର୍ବୋଫ୍ୟାନ ଇଞ୍ଜିନ ଲାଗିଥାଏ । ନିକଟରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

prahar missileପ୍ରହାର ମିସାଇଲ : ପ୍ରହାର ଶର୍ଟ ରେଞ୍ଜ ବାଲାଷ୍ଟିକ ମିସାଇଲ ଅଟେ ଏବଂ ଏଥିରେ ପ୍ରାୟ ୧୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରହିଛି । ଏଥିରେ ଅତ୍ୟାଧୁନିକ ନାଭିଗେସନ, ଗାଇଡାନ୍ସ ସିଷ୍ଟମ ରହିଛି । ଏକ କମ୍ପୁଟର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏହାକୁ ଆସନ୍ତା କିଛି ବର୍ଷରେ ସେନାରେ ସାମିଲ କରାଯିବାର ଆଶା କରାଯାଉଛି।

nag missileନାଗ : ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚିତ । ନାଗ ମିସାଇଲର ବିଶେଷତ୍ୱ ହେଉଛି ଏହା ଅତି କମରେ ୫୦୦ ମିଟରରୁ ଆରମ୍ଭ କରି ୪ କିଲୋମିଟର ଦୂରରେ ଥିବା ଶତୃ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିପାରିବ । ଏହା ନିଜ ସହିତ ୮ କିଲୋମିଟର ବିଷ୍ଫୋଟକ ନେଇପାରିବ। ଏହାକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଏବଂ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରାଯାଇପାରିବ।

brahmosବ୍ରହ୍ମୋସ ମିସାଇଲ : ଏହି ମିସାଇଲକୁ ଉଭୟ ଭାରତ ଏବଂ ଋଷ୍‌ ମିଣି ନିର୍ମାଣ କରିଥିଲେ। ଏହାକୁ ଦୁନିଆର ସବୁଠାରୁ ଉନ୍ନତ କ୍ରୁଜ ମିସାଇଲ ବୋଲି ଧରାଯାଏ। ଏହି କ୍ଷେପଣାସ୍ତ୍ର ଜଳ, ସ୍ଥଳ ଓ ଆକାଶମାର୍ଗରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ସମେତ ଜାହାଜ ଓ ରକେଟକୁ ଧ୍ୱଂସ କରିବାର କ୍ଷମତା ରଖିଛି । ଏହାର ଲକ୍ଷ୍ୟଭେଦର କ୍ଷମତା ୨୯୦ କିମି ଏବଂ ଗତି ୩୭୦୦ କିଲୋମିଟର ପ୍ରତି ଘଣ୍ଟା ରହିଛି । ଏହା ୨୫୦୦ ରୁ ୩୦୦୦ କେଜି ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ରଖିଛି । ଏହାର ନାମ ଭାରତର ବ୍ରହ୍ମପୁତ୍ର ଏବଂ ଋଷର ମସ୍କନ୍ଵା ନଦୀକୁ ନେଇ ରଖାଯାଇଛି।

akash missileଆକାଶ ମିସାଇଲ : ୭୦୦ କିଲୋମିଟର ଓଜନ ବିଶିଷ୍ଟ ଏହି ମିସାଇଲ ଭୂପ୍ରୁଷ୍ଠରୁ ଆକାଶରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏହାର ଗତି ୨.୫ ମ୍ୟାକ ଅଟେ ଏବଂ ଏହାର ସବୁଠାରୁ ଖାସ୍‌ କଥା ହେଉଛି ଏହା ୨୫ କିମି ଦୂରତାରେ କୌଣସି ବି ଉଡନ୍ତା ଜିନିଷକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ କ୍ଷେପଣାସ୍ତ୍ର ଭାବେ ଆକାଶ କ୍ଷେପଣାସ୍ତ୍ର ପରିଚିତ । ଶବ୍ଦର ଗତିଠାରୁ ଦ୍ରୁତ ଗତିରେ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି । ଏହି ମିସାଇଲକୁ ଭାରତର ପାଟ୍ରିୟଟ୍‌ କୁହାଯାଏ।

spike missaileସ୍ପାଇକ ଏଟିଜିଏମ ମିସାଇଲ : ଏହି କ୍ଷେପଣାସ୍ତ୍ରକୁ ରାଫେଲ ଆଡଭାନ୍ସ ଡିଫେନ୍ସ ସିଷ୍ଟମ ପକ୍ଷରୁ ବିକଶିତ କରାଯାଇଛି । ଏହି କ୍ଷେପଣାସ୍ତ୍ର ସହାୟତାରେ ଶତ୍ରୁର ଟ୍ୟାଙ୍କରକୁ ଯୁଦ୍ଧ ମଇଦାନରେ ସହଜରେ ନଷ୍ଟ କରାଯାଇପାରିବ । ଏହାକୁ କାନ୍ଧରେ ସହଜରେ ବୋହି ଯେ କୌଣସି ସ୍ଥାନକୁ ନିଆଯାଇପାରିବ । ଭାରତୀୟ ସେନା ଏହି ମିସାଇଲର ଦାବି ବହୁତ ସମୟ ଧରି କରିଆସୁଥିଲେ।

ସ୍ପାଇସ ବମ : ବାଲାକୋଟ ଏୟାର ଷ୍ଟ୍ରାଇକରେ ନିଜ ଶକ୍ତିକୁ ବୃଦ୍ଧି କରିବା ପାଇଁ ଭାରତୀୟ ସେନା ସ୍ପାଇସ-୨୦୦୦ ବମର ଆଡଭାନ୍ସ ଭର୍ସନକୁ ସେନାରେ ସାମିଲ କରିଥିଲା । ଇସ୍ରାଏଲ ଦ୍ୱାରା ବିକସିତ କରାଯାଇଥିବା ସ୍ପାଇସ ୨୦୦୦ ଭାରତୀୟ ବାୟୁସେନାର ପାରମ୍ପରିକ ବମ୍‌ ଅଟେ। ଏହି ବମ ଯେ କୌଣସି ଟ୍ୟାଙ୍କର କିମ୍ବା ଘରକୁ ଧ୍ୱଂସ କରିପାରିବ ।

ଏସ ୪୦୦ ମିସାଇଲ ଡିଫେନ୍ସ : ଭାରତ ଅକ୍ଟୋବର ୨୦୧୮ରେ ଋଷ ସହିତ ୪୦ ହଜାର କୋଟି ଟଙ୍କାରେ ଏସ ୪୦୦ ମିସାଇଲ କିଣିବା ପାଇଁ ଚୁକ୍ତି କରିଛି । ଏସ ୪୦୦, ୩୮୦ କିମି ରେଞ୍ଜ ଭିତରେ ଥିବା କୌଣସି ଡ୍ରୋନ, କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରିବ । ଏହା ଦୁନିଆର ସବୁଠାରୁ ଆଡଭାନ୍ସ ମିସାଇଲ୍‌ ଡିଫେନ୍ସ ସିଷ୍ଟମ ଅଟେ।

ଆଇଏନଏସ ବିକ୍ରମାଦିତ୍ୟ : ନୌସେନା ବିମାନ ଆଇଏନଏସ ବିକ୍ରମାଦିତ୍ୟ ଦେଶର ସମୁଦ୍ରିସୀମାର ସୁରକ୍ଷା କରିବାରେ ମୁଖ୍ୟ ଭୂମିକା ବହନ କରେ । ନିକଟରେ ତେଜସ ପ୍ରଥମ ଥର ପାଇଁ ବିମାନବାହାକ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ସଫଳତାର ସହ ଅବତରଣ କରିଥିଲା । ଏଥର ସମୁଦ୍ର ଭିତରୁ ଥାଇ ବି ଶତ୍ରୁ ଉପରେ ଆକ୍ରମଣ କରିପାରିବ ଭାରତ ।

ରାଫେଲ ଲଢାକୁ ବିମାନ : ଫ୍ରାନ୍ସର ଡସଲ୍ଟ ଏଭିଏସନ ଦ୍ୱାରା ନିର୍ମାଣ କରାଯାଇଥିବା ରାଫେଲ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦ୍ୱାରା ଦେଶର ସାମରିକ ଶକ୍ତିରେ ବହୁତ ବଡ ଲାଭ ମିଳିଥିଲା। ଏହି ବିମାନ ଆକାଶମାର୍ଗରେ ହିଁ ଶତୃ ବିମାନକୁ ଟାର୍ଗେଟ କରିପାରିବ । ରାଫେଲ ବିମାନରେ ଆକ୍ରମଣ କରି ଫେରିଆସିବାର କ୍ଷମତା ରହିଛି । ଅଳ୍ପ ଉଚ୍ଚ ହେଉ କିମ୍ବା ଅଧିକ ଉଚ୍ଚତାରେ ରହି ଯୁଦ୍ଧ କରିପାରିବ କ୍ଷମତା ରଖୁଛି ରାଫେଲ । ଏହା ପଞ୍ଚମ ପିଢ଼ୀର ଉଚ୍ଚ ଟେକନିକ ବିଶିଷ୍ଟ ବିମାନ ଅଟେ।

ଚିନୁକ ହେଲିକପ୍ଟର : ଚିନୁକର ସବୁଠାରୁ ବଡ ଖାସିୟତ ହେଉଛି ଏହାର ଦ୍ରୁତ ଗତି। ଏହା ହେଉଛି ଅତ୍ୟାଧୁନିକ ଶକ୍ତିଶାଳୀ ଏବଂ ମଲଟି ମିସନ ଶ୍ରେଣୀର ହେଲିକପ୍ଟର ଅଟେ। ପ୍ରଥମ ଥର ପାଇଁ ଚିନୁକ ୧୯୬୨ରେ ଉଡାଣ ଭରିଥିଲା । ଏହାକୁ ରାଡାର ସାହାଯ୍ୟରେ ଧରିବା ମଧ୍ୟ କଷ୍ଟକର । ଚିନୁକ ହେଲିକପ୍ଟର ସହାୟତାରେ ଆମେରିକା ପାକିସ୍ତାନରେ ପଶି ଓସାମା ବିନ ଲାଡେନକୁ ମାରିବାରେ ସକ୍ଷମ ହୋଇଥିଲା ।

ଅପାଚେ ହେଲିକପ୍ଟର : ଏହା ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ାକୁ ହେଲିକପ୍ଟର ମଧ୍ୟରୁ ଗୋଟିଏ। ଏହି ଲଢାକୁ ବିମାନକୁ ଆମେରିକା ବାୟୁସେନା ବ୍ୟବହାର କରିଥାନ୍ତି । ଏହା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଓ ବହୁ କ୍ଷମତା ସମ୍ପର୍ଣ୍ଣ ହେଲିକପ୍ଟର ଅଟେ । ଏହା ଏକାଥରକେ ୧୨୦୦ରାଉଣ୍ଡ ଗୁଳି ଚଳାଇ ପାରିବ । ୪ବର୍ଷ ପୂର୍ବେ ଭାରତ ଆମେରିକା ସହିତ ୨୨ ଅପାଚେ ହେଲିକପ୍ଟରର ଚୁକ୍ତି କରିଥିଲା ।

କେ-୯ ବଜ୍ର-ଟି ଟ୍ୟାଙ୍କ : ଏହା ଦକ୍ଷିଣ କୋରିଆର ଟେକ୍ନୋଲୋଜି ଉପରେ ଆଧାରିତ ଲମ୍ବା ଦୂରତା ବିଶିଷ୍ଟ ଆର୍ଟିଲରୀ ଗନ୍‌ ଅଟେ । ଏହାକୁ ଭାରତରେ ଲାର୍ସନ ଆଣ୍ଡ ଟ୍ରୁବୋ ନିର୍ମାଣ କରିଥିଲେ । ଏହି ଗନରେ ୧୦୦ୟୁନିଟ ସେନାଙ୍କୁ ସାମିଲ କରାଯାଇଥାଏ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଗନର ସଫଳ ପରୀକ୍ଷଣ ହୋଇପାରିବ ବୋଲି ଆଶା କରାଯାଉଛି ।

ଧନୁଷ ତୋପ : ୧୫୫ଏମଏମ ଓ ୪୫କ୍ୟାଲିବର ଧନୁଷ ତୋପକୁ ସ୍ୱଦେଶୀ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନିର୍ମିତ କରାଯାଇଛି । ଏହା ୩୬.୫କିମି ଦୂରରେ ଥିବା ଶତୃ ପକ୍ଷକୁ ଲକ୍ଷ୍ୟଭେଦ କରିପାରିବ । ଉଭୟ ରାତି ଓ ଦିନରେ ଶତୃ ପକ୍ଷକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଥାଏ ଧନୁଷ ତୋପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.