Below header

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର କରୁଥିଲେ ବନ୍ଧୁକ ବେପାର, ଗିରଫ କଲା ଏସ୍‌ଟିଏଫ୍‌

କେନ୍ୟୁଜ୍(ବ୍ୟୁରୋ): ଏସ୍‌ଟିଏଫ୍‌ ହାତରେ ଦୁଇ ବନ୍ଧୁକ ବେପାରୀ । ଗିରଫ ଦୁଇ ଜଣ ହେଉଛନ୍ତି ଇଂଜିନିୟରିଂ ଛାତ୍ର । ସୁରେଶ ପାଣିଗ୍ରାହୀ ଓ ସାନୁ ପୋଦ୍ଦାରକୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କଠାରୁ ୩ଟି ବନ୍ଧୁକ, ୨୨ ରାଉଣ୍ଡ ଗୁଳି, ୬ଟି ମାଗାଜିନ ଜବତ ହୋଇଛି । ସୁରେଶ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ଛାତ୍ର ହୋଇଥିବା ବେଳେ ସାନୁ ସେହି ଇଂଜିନିୟରିଂ କଲେଜର ପୁରାତନ ଛାତ୍ର। ସାନୁ ପୋଦ୍ଦାରର ଘର ଛତିଶଗଡ଼ରେ । ବିହାରର ମୁଙ୍ଗରେରୁ ବନ୍ଧୁକ ଆଣି ବିକ୍ରି କରୁଥିଲେ । ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଥିଲା ବନ୍ଧୁକ । ଆଜି ସକାଳେ ସୁରେଶର ଗଣ୍ଡମୁଣ୍ଡା ଘରେ ଏସ୍‌ଟିଏଫ୍‌ ଚଢ଼ାଉ କରି ବନ୍ଧୁକ ଓ ଗୁଳି ଜବତ ହୋଇଛି । ଅଧିକ ଖୋଲତାଡ଼ ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.