Below header

ଗଞ୍ଜାମ ମାଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ, ଦେଶରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା

ବିଜେଡି ଗଡ଼ରେ ଆଜି ଦେଖିବାକୁ ମିଳିଲା ନବୀନଙ୍କ ପାୱାର ଶୋ। ଗଞ୍ଜାମ ମାଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ। ଦେଶରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା। ବିଜେଡିର ଗଡ଼ ଗଞ୍ଜାମ ଜିଲ୍ଲା। ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି। ଜିଲ୍ଲାର ବିକାଶକୁ ଏବେ ପରବର୍ତ୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ହିଞ୍ଜିଳି (କେନ୍ୟୁଜ) : ବିଜେଡି ଗଡ଼ରେ ଆଜି ଦେଖିବାକୁ ମିଳିଲା ନବୀନଙ୍କ ପାୱାର ଶୋ। ଗଞ୍ଜାମ ମାଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ। ଦେଶରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା। ବିଜେଡିର ଗଡ଼ ଗଞ୍ଜାମ ଜିଲ୍ଲା। ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି। ଜିଲ୍ଲାର ବିକାଶକୁ ଏବେ ପରବର୍ତ୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି କବିସୂର୍ଯ୍ୟନଗର, ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଛତ୍ରପୁର ଯାଇଥିଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା ପାଇଁ ଆହ୍ଵାନ ଦେବାସହ ବିଭିନ୍ନ ଉନ୍ନୟନମୂଳକ କାମର ଉଦ୍‌ଘାଟନ କରିଥିଲେ। କହିଥିଲେ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଏସ୍‌କେୱାଇ ଓ ସ୍କୁଲ ରୂପାନ୍ତର ଦୁଇଟି ମାଇଲଖୁଣ୍ଟ।

ଜିଲ୍ଲାରେ ୫୦ ହଜାରରୁ ଅଧିକ ବିଏସ୍‌କେୱାଇରୁ ଉପକୃତ ହୋଇଛନ୍ତି। ଖର୍ଚ୍ଚ ହୋଇଛି ୧୯୦ କୋଟି ଟଙ୍କା। ଜିଲ୍ଲାର ୬୩୦ଟି ହାଇସ୍କୁଲରୁ ୪୭୧ଟିର ରୂପାନ୍ତର ସରିଛି। ଡିସେମ୍ବର ସୁଦ୍ଧା ସବୁ ସ୍କୁଲର ରୂପାନ୍ତର ହେବ। କାମ କରିଛୁ, କାମ କରି ଚାଲିବୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।  ଆଜି କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ଯାଇ ପ୍ରାୟ ୨ ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଏସ୍‌ଏଚ୍‌ଜି ମହିଳାଙ୍କୁ ଋଣ ଓ ୨୦ ହଜାର ଜଣଙ୍କୁ ଗ୍ରାମକଣ୍ଠ ଜମି ପଟ୍ଟା ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.