ସାର୍ଟିଫିକେଟ ମାମଲାରେ ଖୋଲୁଛି ଗୁମର, ବିଭିନ୍ନ କୋଚିଂ ସେଣ୍ଟରରେ ଚଢଉ ଜାରି
ବଲାଙ୍ଗିରରେ ଜାଲ ସାର୍ଟିଫିକେଟ ମାମଲାରେ ଖୋଲୁଛି ଗୁମର। ଜାଲ୍ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଚଢଉ ଜାରି ରଖିଛି ପୋଲିସର ସ୍ୱତନ୍ତ୍ର ଟିମ୍। ଶାନ୍ତିପଡ଼ାରେ ଥିବା କମ୍ପ ଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। କୋଚିଂ ସେଣ୍ଟର କର୍ମଚାରୀଙ୍କୁ ପଚରାଉଚରା ଜାରି ରହିଛି।

ବଲାଙ୍ଗିର(କେନ୍ୟୁଜ) : ବଲାଙ୍ଗିରରେ ଜାଲ ସାର୍ଟିଫିକେଟ ମାମଲାରେ ଖୋଲୁଛି ଗୁମର। ଜାଲ୍ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଚଢଉ ଜାରି ରଖିଛି ପୋଲିସର ସ୍ୱତନ୍ତ୍ର ଟିମ୍। ଶାନ୍ତିପଡ଼ାରେ ଥିବା କମ୍ପ ଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। କୋଚିଂ ସେଣ୍ଟର କର୍ମଚାରୀଙ୍କୁ ପଚରାଉଚରା ଜାରି ରହିଛି।
ଗତକାଲି କଲେଜ ଛକର ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢଉ ସମୟରେ କମ୍ପଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟର କିଛି କାଗଜପତ୍ର ବାହାରି ଥିଲା। ଜାଲ ସାର୍ଟିଫିକେଟ ଘଟଣାରେ କିଛି ସମ୍ପର୍କରେ ରହିଛି କି ନାହିଁ ଏନେଇ ତଦନ୍ତ କରୁଛି ଟାଉନ ଥାନା ପୋଲିସର ସ୍ୱତନ୍ତ୍ର ଟିମ୍।
ଏହି ମାମଲାରେ ୨୨ଜଣଙ୍କୁ ଜେରା ଜାରି ରହିଛି। ଜାଲ ସାର୍ଟିଫିକେଟ ନେଇ ୩ଟି ସାଇବର ଟିମ ତନାଘନା ତଦନ୍ତ ଚଳାଇଛନ୍ତି। ଏବେ ଜାଲ ସାର୍ଟିଫିକେଟରେ କିଏ କିଏ ଚାକିରୀ କରୁଛନ୍ତି ଓ କିଏ କିଏ ଜାଲ ସାର୍ଟିଫିକେଟ ନେଇଛନ୍ତି ତାର ତାଲିକା ପ୍ରସ୍ତୁତ କରି ତଦନ୍ତକୁ ଜୋରଦାର କରାଯାଉଛି।.