Below header

ଆସନ୍ତା ୯ ତାରିଖରେ ନବୀନ-ଜଗନ ଭେଟଘାଟ, ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ହେବ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ୯ ତାରିଖରେ ନବୀନ-ଜଗନ ଭେଟଘାଟ। ଭୁବନେଶ୍ୱର ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ଜଗନ ଆଲୋଚନା କରିବେ ବୋଲି କୁହାଯାଉଛି। ପୋଲାଭରମ ଜଳପ୍ରକଳ୍ପ, ନେରେଡି ବ୍ୟାରେଜ୍‌ ଓ କୋରାପୁଟର କୋଟିଆ ପ୍ରସଙ୍ଗରେ ଆଲୋଚନା ହେବ।

ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ରାୟ ଦେବା ପରେ ନେରେଡି ବ୍ୟାରେଜ ନିର୍ମାଣ ନେଇ ବାଟ ଫିଟିଛି। ଏହାର ନିର୍ମାଣ ହେଲେ ରାୟଗଡ଼ା ଓ ଗଜପତି ଜିଲ୍ଲାର ୧୦୬ ଏକର ଜମି ଜଳମଗ୍ନ ହେବ। ଜିଲ୍ଲାର କିଛି ଅଞ୍ଚଳରେ ଜଳ ସଙ୍କଟ ମଧ୍ୟ ଦେଖା ଦେବା ଆଶଙ୍କା ରହିଛି। ଏ ପ୍ରସଙ୍ଗ ନେଇ ଜଗନ-ନବୀନ ଆଲୋଚନା ହୋଇପାରେ।

ଏହାସହ ପୋଲାଭରମ ପ୍ରକଳ୍ପ ବିବାଦ ଆଲୋଚନାରେ ସ୍ଥାନ ପାଇବ। ସେପଟେ କିଛି ଦିନ ହେବ କୋଟିଆକୁ ନେଇ ଓଡ଼ିଶା ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛି। ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ ବାରଣ କରିବା ପାଇଁ ଓଡ଼ିଶା ଅନେକ ପଦକ୍ଷେପ ନେଇଛି। ଯାହାକୁ ନେଇ ବିଜୟନଗରମ ଓ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟରେ ଅନେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସବୁ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣା ପଡିଛି।

ଏହାସହ ପଢନ୍ତୁ: ଆନ୍ଧ୍ର-ଓଡ଼ିଶା ସୀମାନ୍ତର ଗଞ୍ଜେଇ ଚାଲାଣ ଓ ବେପାର ରୋକିବାକୁ ନିକଟରେ ଅଣ୍ଟା ଭିଡିଥିଲା ଆନ୍ଧ୍ର ପୋଲିସ। ସୀମାନ୍ତରେ ଗଞ୍ଜେଇ ବେପାର ରୋକିବାକୁ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ ସହ ଓଡ଼ିଶା ଓ ତେଲଙ୍ଗାନା ପୋଲିସର ସହଯୋଗ ଲୋଡିବେ ବୋଲି କହିଥିଲେ ଆନ୍ଧ୍ର ଡିଜିପି ଡି. ଗୌତମ।

ବିଶେଷ କରି ମାଓ ପ୍ରବାଭିତ ଆନ୍ଧ୍ର- ଓଡ଼ିଶା ବର୍ଡରରେ ଗଞ୍ଜେଇ ବେପାର ରୋକିବାକୁ ସେ ଉଦ୍ୟମ କରୁଛନ୍ତି। ଗଞ୍ଜେଇ ଚାଷ, ବେପାର ସ୍ଥଳୀ, ବେପାରରେ ଜଡ଼ିତ ସାମଗ୍ରୀ ଓ ଗଞ୍ଜେଇ ଚାଲାଣ ସଂପର୍କିତ ଅନେକ ଅଭିଯୋଗ ନେଇ ସମୀକ୍ଷା ବୈଠକରେ ଆନ୍ଧ୍ର ପ୍ରଦେଶ ଡିଜିପି ମଧ୍ଯ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.