Below header

ପୂରଣ ହେବ ବରଗଡ଼ବାସୀଙ୍କ ଦୀର୍ଘ ବର୍ଷର ଦାବି, କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବରଗଡ଼ : ବରଗଡ଼ରେ ହେବ କ୍ୟାନ୍ସର ହସପିଟାଲ । ସୋହେଲାର ଇଚ୍ଛାପାଲିରେ ଆୟୋଜିତ ଚାଷୀ ମହାସମାବେଶରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ବରଗଡ଼ ଜିଲ୍ଲାରୁ କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା। ଏହା ସାରା ଦେଶକୁ ବାଟ ଦେଖାଇଥିବା କହିଛନ୍ତି ନବୀନ। କେନ୍ଦ୍ର ଯୋଜନାଠୁ କାଳିଆ ଯୋଜନା ଭଲ। ଆଜି ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଦିଆଯାଇଛି । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ଚାଷୀ ସୁଫଳ ପାଇଛନ୍ତି ।

ଚାଷୀ ଭାଇ ନିଜ ପିଲାଙ୍କୁ ଭଲ ପାଠ ପଢ଼ାନ୍ତୁ ବୋଲି ନବୀନ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ସହାୟତା ପ୍ରଦାନ କରିବେ। କାଳିଆ ଯୋଜନାରେ ବିନା ସୁଧରେ ଋଣ ଦିଆଯାଉଛି । ସୋହେଲ ଚାଷୀ ମହାସମାବେଶରେ ୬ଟି ଜିଲ୍ଲାର ଚାଷୀ, ମହିଳା ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ। ଏହି ଅବସରରେ ୪୫୫ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଭିତରେ ରହିଛି ସୋହେଲା-ନୂଆପଡ଼ା ରୋଡ୍‌ ବିଜୁ ଏକ୍ସପ୍ରେସ େଓ୍ଵ । ସେହିପରି ୧୪୯୫ କୋଟିରୁ ଅଧିକ ଟଙ୍କାରେ ୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଭିତରେ ରହିଛି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ପଦ୍ମଶ୍ରୀ ହଳଧରନାଗ ସମ୍ବଲପୁରୀ-କୋଶଳୀ ଗବେଷଣା କେନ୍ଦ୍ର ଭଳି ବହୁ ପ୍ରକଳ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.