ଜାଣନ୍ତୁ ମହାଭାରତ ଯୁଦ୍ଧରେ ଅର୍ଜୁନ ନିଜ ବଡ ଭାଇଙ୍କୁ କାହିଁକି ମାରିବାକୁ ଉଠାଇଥିଲେ ଅସ୍ତ୍ର ?

ମହାଭାରତ ଯୁଦ୍ଧରେ ଜଡିତ ଥିବା ବହୁତ ରହସ୍ୟ ରହିଛି, ଯାହାକୁ ଆଜି ମଧ୍ୟ ଲୋକମାନେ ମନେ ପକାଉଛନ୍ତି। କିଛି ଏମିତି ଏକ ରହସ୍ୟ ରହିଛି ଯେଉଁଠି ଅର୍ଜୁନ ନିଜର ବଡ ଭାଇକୁ ମାରିବା ପାଇଁ ହତିଆର ଉଠାଇଥିଲେ। କିନ୍ତୁ କଣ ଆପଣ ଜାଣିଛନ୍ତି ଅର୍ଜୁନ ଏମିତି କାହିଁକି କରିଥିଲେ।

ମହର୍ଷି ବେଦବ୍ୟାସ ଦ୍ବାରା ରଚିତ ‘ମହାଭାରତ’ର ଏକ କାହାଣୀ ଅନୁସାରେ, କୁରୁକ୍ଷେତ୍ର ମୈଦାନରେ ଯୁଧିଷ୍ଠିର ଏବଂ କର୍ଣ୍ଣଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା। ସମସ୍ତଙ୍କୁ ଏହି ଯୁଦ୍ଧରେ ବହୁତ ଆଶା ଥିଲା। ସେତେବେଳେ ବିଦ୍ୟାରେ ନିପୁଣ କର୍ଣ୍ଣ ଯୁଧିଷ୍ଠିରଙ୍କ ଉପରେ ଏକ ଜୋରଦାର ଆକ୍ରମଣ କଲେ। ଯାହା ଦ୍ବାରା ଯୁଧିଷ୍ଠିର ଗମ୍ଭୀର ଭାବରେ ଆଘାତ ପାଇଥିଲେ। କର୍ଣ୍ଣ ଚାହିଁଥିଲେ ସେହି ସମୟରେ ଯୁଧିଷ୍ଠିରଙ୍କୁ ମାରି ପାରି ଥାଆନ୍ତା। କିନ୍ତୁ ମାତା କୁନ୍ତିଙ୍କୁ ଦେଇଥିବା ବଚନ ଅନୁଯାୟୀ ସେ ଯୁଧିଷ୍ଠିରଙ୍କୁ ଜିବିତ ଛାଡି ଦେଲେ।
ଯେତେବେଳେ ନକୁଳ ଏବଂ ସହଦେବ ନିଜର ବଡ ଭାଇ ଯୁଧିଷ୍ଠିରଙ୍କୁ ଗୁରୁତର ଅବସ୍ଥାରେ ଦେଖିଲେ। ତେବେ ସେମାନେ ତୁରନ୍ତ ତମ୍ବୁକୁ ନେଇଗଲେ, ଯେଉଁଠି ତାଙ୍କର ଚିକିତ୍ସା କରାଗଲା। ସେପଟେ ଅର୍ଜୁନ ଏବଂ ଭୀମ ସେହି ସମୟରେ ସେନାଙ୍କ ସହିତ ସଂଘର୍ଷ କରୁଥିଲେ।

mahabharatଅର୍ଜୁନଙ୍କୁ ଯୁଧିଷ୍ଠିରଙ୍କ ଆଘାତ ବିଷୟରେ ଜଣାନଥିଲା। ଯୁଦ୍ଧ ଭୂମିରେ ଯେତେବେଳେ ସେ ଯୁଧିଷ୍ଠିରଙ୍କୁ ଦେଖିବାକୁ ପାଇଲେ ନାହିଁ ତେବେ ସେ ଭୀମଙ୍କୁ ତାଙ୍କ ବିଷୟରେ ବଚାରିଲେ। ତେବେ ଯାଇ ଭୀମ ତାଙ୍କୁ ସବୁ କଥା କହିଲେ। ଏହାପରେ ଅର୍ଜୁନ ବଡ ଭାଇଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବାକୁ ତମ୍ବୁ ପାଖକୁ ଗଲେ, ଯେଉଁଠି ଯୁଧିଷ୍ଠିର ଆହତ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।

ଯୁଧିଷ୍ଠିର ଯେତେବେଳେ ଅର୍ଜୁନଙ୍କୁ ତାଙ୍କ ପାଖକୁ ଆସିବାର ଦେଖିଲେ ସେତେବେଳେ ଯୁଧିଷ୍ଠିରଙ୍କୁ ଲାଗିଲା ଯେ ଅର୍ଜୁନ ଯୁଦ୍ଧରେ କର୍ଣ୍ଣଙ୍କୁ ହରାଇ ଆସିଛନ୍ତି। କିନ୍ତୁ ଅର୍ଜୁନ ତାଙ୍କୁ ଜଣାଇଲେ ଯେ ତାଙ୍କୁ ଏହି ବିଷୟରେ ଭୀମଙ୍କ ପାଖରୁ ଜାଣିଲେ ଏବଂ ତାଙ୍କୁ ଜଣା ନଥିଲା ଯେ ସେ କର୍ଣ୍ଣ ସହିତ ଯୁଦ୍ଧରେ ଆହତ ହୋଇଛନ୍ତି। ସେ ଯୁଧିଷ୍ଠିରଙ୍କୁ କହିଲେ ଯେ ସେ ଏଠାକୁ ତାଙ୍କର ବଡ ଭାଇଙ୍କୁ ଦେଖିବାକୁ ଆସିଥିଲେ।

ନିଶ୍ଚୟ ପଢ଼ନ୍ତୁ : ଜାଣନ୍ତୁ କାହିଁକି ଏବଂ କେମିତି ଭୀମଙ୍କ ଶରୀରରେ ଆସିଲା ଦଶ ହଜାର ହାତୀର ବଳ?

ଅର୍ଜୁନଙ୍କ କଥା ଶୁଣି ଯୁଧିଷ୍ଠିର ତାଙ୍କର ହିତାହିତ ଜ୍ଞାନ ଭୁଲିଗଲେ। ସେ ଅର୍ଜୁନଙ୍କ ଉପରେ କ୍ରୋଧିତ ହୋଇ କହିଲେ, ତୁମେ ଏଠାକୁ ମୋ ଘା’ ଦେଖିବାକୁ ଆସିଛ ନା ଏହି ଘା’କୁ ଉଖାଡିବା ପାଇଁ ଆସିଛ ? ତୁମେ କେଉଁଭଳି ଭାଇ ଯିଏ ଏତେ ଯାଏ ତାର ବଡ ଭାଇର ଅପମାନର ପ୍ରତିଶୋଧ ନେଇ ପାରିଲା ନାହିଁ। ଯଦି ତୁମେ ମୋ ପାଇଁ ଏତିକି କରିପାରିବ ନାହିଁ ତେବେ ତୁମକୁ ଏହି ଗାଣ୍ଡିବ ଅସ୍ତ୍ରକୁ କାଢ଼ି ଫିଙ୍ଗି ଦେବା ଉଚିତ୍।

arjunଅର୍ଜୁନ ଯେତେବେଳେ ନିଜ ବଡ ଭାଇଙ୍କ ମୁହଁରୁ ଗାଣ୍ଡିବ କାଢ଼ି ଫିଙ୍ଗି ଦେବାକୁ ଶୁଣିଲେ, ତେବେ ସେ ବହୁତ କ୍ରୋଧିତ ହୋଇଗଲେ। ଅର୍ଜୁନ ବଚନ ଦେଇଥିଲେ ଯେ କୌଣସି ବି ନିଜର ବା ପର ବ୍ୟକ୍ତି ଯଦି ତାଙ୍କର ଏହି ପବିତ୍ର ଗାଣ୍ଡିବ ଅସ୍ତ୍ର ବିଷୟରେ ଅପଶବ୍ଦ କହିବେ , ତେବେ ସେ ତାଙ୍କର ମୁଣ୍ଡ କାଟ କରିଦେବେ। ଏହି କାରଣ ଯୋଗୁଁ ଯୁଧିଷ୍ଠିରଙ୍କୁ ମାରିବା ପାଇଁ ଅର୍ଜୁନ ହତିଆର ଉଠାଇଥିଲେ।

ଅବଶ୍ୟ ପରେ ଭଗବାନ ଶ୍ରୀକ୍ରୁଷ୍ଣ ସେଠାରେ ପହଁଚିଗଲେ ଏବଂ ସେ ଅର୍ଜୁନକୁ ଯୁଧିଷ୍ଠିରଙ୍କୁ ମାରିବାରୁ ଅଟକାଇଲେ। ଶ୍ରୀକ୍ରୁଷ୍ଣ ଅର୍ଜୁନଙ୍କୁ ବୁଝାଇଲେ ଏବଂ କହିଲେ, ‘ହେ ଅର୍ଜୁନ! ମୁଁ ତୁମ ପ୍ରିୟ ଗାଣ୍ଡିବକୁ ନେଇ ସମ୍ମାନ କରୁଛି। ବଚନ ଅନୁଯାୟୀ ତୁମେ ତୁମର ବଡ ଭାଇକୁ ମାରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି, ଧର୍ମ ଆଧାରରେ ଏହା ପାପ ଅଟେ। ଶ୍ରୀକ୍ରୁଷ୍ଣ ବୁଝାଇବା ପରେ ଅର୍ଜୁନ ଶାନ୍ତହୋଇଥିଲେ ଏବଂ ସେ ନିଜର ହତିଆରକୁ ରଖିଦେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.